ବିକ୍ରମାବ୍ଦ Bikramābda

  • ସଂ. ବି — ସଂବତ୍ବିଶେଷ, ବିକ୍ରମାଦିତ୍ୟ ରଜାଙ୍କ ନାମରେ ପ୍ରବର୍ତ୍ତିତ ବର୍ଷ ଗଣନା କ୍ରମ — Name of an era running in the name Bikramāditya
  • ସଂ. ବି — [ଦ୍ର—କେହି କେହି ଐତିହାସିକ କହନ୍ତି ଯେ ସଂସ୍କୃତ ସାହିତ୍ୟରେ ସୁବିଖ୍ୟାତ 'ବିକ୍ରମାଦିତ୍ୟ' ମାଳବଦେଶର ରାଜା 'ଯଶୋଧର୍ମ ଦେବ' ଥିଲେ। ମୁଲତାନ ଓ ଲୁନୀର ମଧ୍ୟବର୍ତ୍ତୀ କୋରୁର ନାମକ ଯୁଦ୍ଧକ୍ଷେତ୍ରରେ ଏ 533 ଖ୍ରୀଷ୍ଟାବ୍ଦରେ ହୁନ୍ ବା ଶକମାନଙ୍କୁ ପରାଜିତ କରିଥିବା ବିଷୟ ମାଳବଦେଶସ୍ଥ ମନ୍ଦେଶ୍ୱର ନାମକ ସ୍ଥାନରେ ଥିବା ଜୟସ୍ତମ୍ଭରେ ଲିପିବଦ୍ଧ ହୋଇଅଛି। ଖ୍ରୀଷ୍ଟଜନ୍ମର 57 ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଗୋଟିଏ ସନ, ଯାହାକି ସେହି ସମୟରେ ମାଳବଦେଶରେ ଚଳୁଥିଲା ତାକୁ ବିକ୍ରମାଦିତ୍ୟ ଗ୍ରହଣ କରି ଆପଣାର ସାମ୍ରାଜ୍ୟରେ 'ସଂବତ୍' ନାମ ଦେଇ ଚଳାଇଲେ ଓ ଉକ୍ତ ସଂବତ୍ ବର୍ଷ ଆଜିପର୍ଯ୍ୟନ୍ତ ହିନ୍ଦୁମାନଙ୍କ ଦ୍ୱାରା ବିକ୍ରମାଦିତ୍ୟରୂପେ ବ୍ୟବହୃତ ହେଉଅଛି। ସଂଭବତଃ ଏହି ଅବ୍ଦ ମାଳବଦେଶକୁ ପୂର୍ବେ ଜୟ କରିଥିବା କ୍ଷତ୍ରପ ମାନଙ୍କର ରାଜା 'ଚାଷ୍ଟାନ'ଙ୍କର ଜୟଲାଭକୁ ଚିରସ୍ମରଣୀୟ କରିବା ସକାଶେ ବିକ୍ରମାଦିତ୍ୟଙ୍କ ପୂର୍ବରୁ ମାଳବଦେଶରେ ଚଳି ଆସୁଥିଲା। ଏବଂ ଏହା ଏଥିପୂର୍ବେ 'ମାଳବାବ୍ଦ' ବୋଲି ବିଖ୍ୟାତ ଥିଲା ଓ ପରେ ମଧ୍ୟ 'ମାଳବାବ୍ଦ' ଓ 'ମାଳବେଶ୍ୱରାବ୍ଦ' ନାମରେ ବିଖ୍ୟାତ ହୋଇଥିଲା। — [ଦ୍ର—କେହି କେହି ଐତିହାସିକ କହନ୍ତି ଯେ ସଂସ୍କୃତ ସାହିତ୍ୟରେ ସୁବିଖ୍ୟାତ 'ବିକ୍ରମାଦିତ୍ୟ' ମାଳବଦେଶର ରାଜା 'ଯଶୋଧର୍ମ ଦେବ' ଥିଲେ ମୁଲତାନ ଓ ଲୁନୀର ମଧ୍ୟବର୍ତ୍ତୀ କୋରୁର ନାମକ ଯୁଦ୍ଧକ୍ଷେତ୍ରରେ ଏ533ଖ୍ରୀଷ୍ଟାବ୍ଦରେ ହୁନ୍ ବା ଶକମାନଙ୍କୁ ପରାଜିତ କରିଥିବା ବିଷୟ ମାଳବଦେଶସ୍ଥ ମନ୍ଦେଶ୍ୱର ନାମକ ସ୍ଥାନରେ ଥିବା ଜୟସ୍ତମ୍ଭରେ ଲିପିବଦ୍ଧ ହୋଇଅଛି ଖ୍ରୀଷ୍ଟଜନ୍ମର57ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଗୋଟିଏ ସନ, ଯାହାକି ସେହି ସମୟରେ ମାଳବଦେଶରେ ଚଳୁଥିଲା ତାକୁ ବିକ୍ରମାଦିତ୍ୟ ଗ୍ରହଣ କରି ଆପଣାର ସାମ୍ରାଜ୍ୟରେ 'ସଂବତ୍' ନାମ ଦେଇ ଚଳାଇଲେ ଓ ଉକ୍ତ ସଂବତ୍ ବର୍ଷ ଆଜିପର୍ଯ୍ୟନ୍ତ ହିନ୍ଦୁମାନଙ୍କ ଦ୍ୱାରା ବିକ୍ରମାଦିତ୍ୟରୂପେ ବ୍ୟବହୃତ ହେଉଅଛି ସଂଭବତଃ ଏହି ଅବ୍ଦ ମାଳବଦେଶକୁ ପୂର୍ବେ ଜୟ କରିଥିବା କ୍ଷତ୍ରପ ମାନଙ୍କର ରାଜା 'ଚାଷ୍ଟାନ'ଙ୍କର ଜୟଲାଭକୁ ଚିରସ୍ମରଣୀୟ କରିବା ସକାଶେ ବିକ୍ରମାଦିତ୍ୟଙ୍କ ପୂର୍ବରୁ ମାଳବଦେଶରେ ଚଳି ଆସୁଥିଲା ଏବଂ ଏହା ଏଥିପୂର୍ବେ 'ମାଳବାବ୍ଦ' ବୋଲି ବିଖ୍ୟାତ ଥିଲା ଓ ପରେ ମଧ୍ୟ 'ମାଳବାବ୍ଦ' ଓ 'ମାଳବେଶ୍ୱରାବ୍ଦ' ନାମରେ ବିଖ୍ୟାତ ହୋଇଥିଲା
  • ସଂ. ବି — ଇତିହାସ ଗଣନାରୁ ଦେଖାଯାଏ ଯେ ବିକ୍ରମାଦିତ୍ୟ ରାଜସଭାର ନବରତ୍ନ (ଯାହାଙ୍କ ମଧ୍ୟରେ କାଳିଦାସ, ଜୌତିଷିକ ବରାହମିହିର, ଅମରକୋଷକାର ଅମରସିଂହ ଜଣେ ଜଣେ ଥିଲେ) ମାନେ ସମକାଳୀନ ନ ଥିଲେ। କାରଣ କାଳିଦାସ ଖ୍ରୀଷ୍ଟୀୟ 5 ମ ଶତାବ୍ଦୀର ଲୋକ ଥିଲେ; କିନ୍ତୁ 'ନବରତ୍ନ'ଙ୍କ ମଧ୍ୟରୁ ଅନ୍ୟମାନେ ତତ୍ପରବର୍ତ୍ତୀ ଅଟନ୍ତି। ବରାହମିହିରଙ୍କର ମୃତ୍ୟୁ 578 ଖ୍ରୀଷ୍ଟାବ୍ଦରେ ହୋଇଥିବାର କେହି କେହି ଅନୁମାନ କରନ୍ତି।] — ଇତିହାସ ଗଣନାରୁ ଦେଖାଯାଏ ଯେ ବିକ୍ରମାଦିତ୍ୟ ରାଜସଭାର ନବରତ୍ନ (ଯାହାଙ୍କ ମଧ୍ୟରେ କାଳିଦାସ, ଜୌତିଷିକ ବରାହମିହିର, ଅମରକୋଷକାର ଅମରସିଂହ ଜଣେ ଜଣେ ଥିଲେ) ମାନେ ସମକାଳୀନ ନ ଥିଲେ କାରଣ କାଳିଦାସ ଖ୍ରୀଷ୍ଟୀୟ5ମ ଶତାବ୍ଦୀର ଲୋକ ଥିଲେ; କିନ୍ତୁ 'ନବରତ୍ନ'ଙ୍କ ମଧ୍ୟରୁ ଅନ୍ୟମାନେ ତତ୍ପରବର୍ତ୍ତୀ ଅଟନ୍ତି ବରାହମିହିରଙ୍କର ମୃତ୍ୟୁ578ଖ୍ରୀଷ୍ଟାବ୍ଦରେ ହୋଇଥିବାର କେହି କେହି ଅନୁମାନ କରନ୍ତି]
  • ସଂ. ବି — [ପି. ପ୍ରଥେରୋ ସାହେବ — (Mr. P. Prothero)ଏବଂ ମହାମହୋପାଧ୍ୟାୟ ସତୀଶଚନ୍ଦ୍ର ବିଦ୍ୟାଭୂଷଣଙ୍କର ଇଂରାଜି ଭାଷାରେ ଲିଖିତ ଭାରତବର୍ଷର ଇତିହାସ(A short primer of Indian History)ରୁ ସଂଗୃହୀତ]