ବିକ୍ରମାଦିତ୍ୟ Bikramāditya
- ସଂ. ବି—(ବିକ୍ରମରେ ଆଦିତ୍ୟ ତୁଲ୍ୟ) — ଉଜ୍ଜୟିନୀର ପ୍ରସିଦ୍ଧ ହିନ୍ଦୁ ରାଜା — A celebrated king of Ujjainī
- ସଂ. ବି—(ବିକ୍ରମରେ ଆଦିତ୍ୟ ତୁଲ୍ୟ) — [ଦ୍ର—ଏ ଶକମାନଙ୍କୁ 400 ଖ୍ରୀଷ୍ଟାବ୍ଦରେ ପଶ୍ଚିମ ଭାରତରୁ ତଡ଼ିଦେଇ ଭାରତରେ ସମୁଦ୍ରଗୁପ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ହିନ୍ଦୁରାଜ୍ୟକୁ ଦୃଢ଼ୀଭୂତ କରି— ଥିଲେ ଓ ଏହାଙ୍କର ରାଜଧାନୀ ଉଜ୍ଜୟିନୀ ଥିଲା। ଏହାଙ୍କର ଅନ୍ୟନାମ ଚନ୍ଦ୍ରଗୁପ୍ତ ଓ ଏହାଙ୍କ ରାଜତ୍ୱ କାଳ (ଖ୍ରୀ 375 — 413 )। — [ଦ୍ର—ଏ ଶକମାନଙ୍କୁ400ଖ୍ରୀଷ୍ଟାବ୍ଦରେ ପଶ୍ଚିମ ଭାରତରୁ ତଡ଼ିଦେଇ ଭାରତରେ ସମୁଦ୍ରଗୁପ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ହିନ୍ଦୁରାଜ୍ୟକୁ ଦୃଢ଼ୀଭୂତ କରି— ଥିଲେ ଓ ଏହାଙ୍କର ରାଜଧାନୀ ଉଜ୍ଜୟିନୀ ଥିଲା ଏହାଙ୍କର ଅନ୍ୟନାମ ଚନ୍ଦ୍ରଗୁପ୍ତ ଓ ଏହାଙ୍କ ରାଜତ୍ୱ କାଳ (ଖ୍ରୀ375—413)
- ସଂ. ବି—(ବିକ୍ରମରେ ଆଦିତ୍ୟ ତୁଲ୍ୟ) — ଚନ୍ଦ୍ରଗୁପ୍ତ ବୋଲି ଆଉ ଜଣେ ମୌର୍ଯ୍ଯବଂଶରରାଜା ଏହାଙ୍କ ପର୍ବରୁ ମଗଧରେ ରାଜତ୍ୱ କରୁଥିଲେ, ଏଥିପାଇଁ ବିକ୍ରମାଦିତ୍ୟଙ୍କୁ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ବୋଲାଯାଏ। ଧନ୍ୱନ୍ତରି, କ୍ଷପଣକ, ଅମରସିଂହ, ଶଙ୍କୁ, ବେତାଳଭଟ୍ଟ, ଘଟକର୍ପର, କାଳିଦାସ, ବରାହ ମିହିର ଓ ବରରୁଚି ଏହି ନଅଜଣ ଏହାଙ୍କର ସଭା ପଣ୍ଡିତ ଥିଲେ, ଏମାନଙ୍କୁ ନବରତ୍ନ କୁହାଯାଏ। ଏହାଙ୍କର ଅନ୍ୟନାମ ଭୋଜରାଜ। ଐତିହାସିକମାନେ ଏହାଙ୍କ ରାଜତ୍ୱ କାଳ ଖ୍ରୀଷ୍ଟ ଜନ୍ମର ଚତୁର୍ଥ ଶତାବ୍ଦୀ ବୋଲି ସ୍ଥିର କରି— ଅଛନ୍ତି, କିନ୍ତୁ ଏହାଙ୍କ ନାମର ପ୍ରଚଳିତ ଅବ୍ଦ ଖ୍ରୀଷ୍ଟପୂର୍ବ 57 ବର୍ଷ ଠାରୁ ଚଳୁଅଛି। ସ୍କନ୍ଦ ପୁରାଣରେ ଲେଖାଅଛି ଯେ କଳିଯୁଗାରମ୍ଭର 3 ହଜାର ବର୍ଷ ପରେ ବିକ୍ରମାଦିତ୍ୟ ନାମରେ ଜଣେ ପ୍ରତାପୀ ରାଜା ଥିଲେ। ଗଣନାକ୍ରମେ ଏହା ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ହେଉଅଛି। କିନ୍ତୁ ଇତିହାସ ଏ ବିଷୟରେ ନୀରବ। ଗୁପ୍ତ ବଂଶୀୟ ଗୁପ୍ତଙ୍କ ପୁତ୍ର ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ଉପାଧି ଗ୍ରହଣ କରିଥିଲେ। ଖ୍ରୀଷ୍ଟ ସପ୍ତମ ଶତାବ୍ଦୀରେ କାଶ୍ମିରରେ ବିକ୍ରମାଦିତ୍ୟ ନାମରେ ଜଣେ ରାଜା ହୋଇଥିଲେ। ଚାଲୁକ୍ୟ ବଂଶରେ ଏହି ନାମଧାରୀ କେତେ— ଜଣ ରାଜା ହୋଇଥିଲେ (ହି. ଶ.)। ଏଥିରୁ ଜଣାଯାଏ ଅନେକ ରାଜା କାଳକ୍ରମେ ଏହି ଶୌର୍ଯ୍ଯ ସୂଚକ ବିକ୍ରମାଦିତ୍ୟ ଉପାଧି ଗ୍ରହଣ କରିଥିଲେ।] — ଚନ୍ଦ୍ରଗୁପ୍ତ ବୋଲି ଆଉ ଜଣେ ମୌର୍ଯ୍ଯବଂଶରରାଜା ଏହାଙ୍କ ପର୍ବରୁ ମଗଧରେ ରାଜତ୍ୱ କରୁଥିଲେ, ଏଥିପାଇଁ ବିକ୍ରମାଦିତ୍ୟଙ୍କୁ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ବୋଲାଯାଏ ଧନ୍ୱନ୍ତରି, କ୍ଷପଣକ, ଅମରସିଂହ, ଶଙ୍କୁ, ବେତାଳଭଟ୍ଟ, ଘଟକର୍ପର, କାଳିଦାସ, ବରାହ ମିହିର ଓ ବରରୁଚି ଏହି ନଅଜଣ ଏହାଙ୍କର ସଭା ପଣ୍ଡିତ ଥିଲେ, ଏମାନଙ୍କୁ ନବରତ୍ନ କୁହାଯାଏ ଏହାଙ୍କର ଅନ୍ୟନାମ ଭୋଜରାଜ ଐତିହାସିକମାନେ ଏହାଙ୍କ ରାଜତ୍ୱ କାଳ ଖ୍ରୀଷ୍ଟ ଜନ୍ମର ଚତୁର୍ଥ ଶତାବ୍ଦୀ ବୋଲି ସ୍ଥିର କରି— ଅଛନ୍ତି, କିନ୍ତୁ ଏହାଙ୍କ ନାମର ପ୍ରଚଳିତ ଅବ୍ଦ ଖ୍ରୀଷ୍ଟପୂର୍ବ57ବର୍ଷ ଠାରୁ ଚଳୁଅଛି ସ୍କନ୍ଦ ପୁରାଣରେ ଲେଖାଅଛି ଯେ କଳିଯୁଗାରମ୍ଭର3ହଜାର ବର୍ଷ ପରେ ବିକ୍ରମାଦିତ୍ୟ ନାମରେ ଜଣେ ପ୍ରତାପୀ ରାଜା ଥିଲେ ଗଣନାକ୍ରମେ ଏହା ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ହେଉଅଛି କିନ୍ତୁ ଇତିହାସ ଏ ବିଷୟରେ ନୀରବ ଗୁପ୍ତ ବଂଶୀୟ ଗୁପ୍ତଙ୍କ ପୁତ୍ର ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ଉପାଧି ଗ୍ରହଣ କରିଥିଲେ ଖ୍ରୀଷ୍ଟ ସପ୍ତମ ଶତାବ୍ଦୀରେ କାଶ୍ମିରରେ ବିକ୍ରମାଦିତ୍ୟ ନାମରେ ଜଣେ ରାଜା ହୋଇଥିଲେ ଚାଲୁକ୍ୟ ବଂଶରେ ଏହି ନାମଧାରୀ କେତେ— ଜଣ ରାଜା ହୋଇଥିଲେ (ହି. ଶ.) ଏଥିରୁ ଜଣାଯାଏ ଅନେକ ରାଜା କାଳକ୍ରମେ ଏହି ଶୌର୍ଯ୍ଯ ସୂଚକ ବିକ୍ରମାଦିତ୍ୟ ଉପାଧି ଗ୍ରହଣ କରିଥିଲେ]