ବିକି ହେବା Biki hebā
- ଦେ. କ୍ରି—(ସଂ. ବିକ୍ରୀତ) — ଆପଣାର ଶରୀରକୁ ପରଠାରେ ବିକ୍ରି କରିବା; ପରଠାରେ ଆପଣା ଜୀବନ ସମର୍ପଣ କରିବା — To sell one's self to another; to dedicate one's life to another
- ଦେ. କ୍ରି—(ସଂ. ବିକ୍ରୀତ) — (ଉଦାହରଣ—ସତ୍ୟେ ହରିଚନ୍ଦନ ପୃଥିବୀ ଦାନ ଦେଲା, ଚାଣ୍ଡାଳ ଘରେ ଯାଇ ବିକି ସେ ହୋଇଲା। ପ୍ରତାପ. ଶଶିଶେଣା)।
- ଦେ. କ୍ରି—(ସଂ. ବିକ୍ରୀତ) — ପର ଘରେ ଚାକିରି ବା ଦାସବୃତ୍ତି କରିବା — To take service under another
- ଦେ. କ୍ରି—(ସଂ. ବିକ୍ରୀତ) — ପରଠାରୁ ଆପଣାର ମନକୁ ବିକ୍ରୀ କରିବା; ଅନ୍ୟ ବ୍ୟକ୍ତିକୁ ଅତ୍ୟନ୍ତ ସ୍ନେହ କରିବା — To be very much attached to another
- ଦେ. କ୍ରି—(ସଂ. ବିକ୍ରୀତ) — (ଉଦାହରଣ ହେବ ଶ୍ରୀଚରଣେ ବିକି। ଅଭିମନ୍ୟୁ.ବିଦଗ୍ଧଚିନ୍ତାଣଣି।)