ବିକର୍ତ୍ତନ Biarttana

  • ସଂ. ବି. (ବହୁବ୍ରୀହି; ବି= ବହୁଧା+କୃତ୍ ଧାତୁ=କାଟିବ + କର୍ମ. ଅନ) — ସୂର୍ଯ୍ୟ; ମାର୍ତ୍ତଣ୍ଡ; ବିବସ୍ୱାନ୍ — A name of the sun
  • ସଂ. ବି. (ବହୁବ୍ରୀହି; ବି= ବହୁଧା+କୃତ୍ ଧାତୁ=କାଟିବ + କର୍ମ. ଅନ) — ପାରିଲେଣି ଏବେ ଦେବ ବିକର୍ତ୍ତନ ଭାଲେରି ଶିଖରେ ସ୍ୱର୍ଣ୍ଣ ସିଂହାସନ—ରାଧାନାଥ ଚିଲିକା।
  • ସଂ. ବି. (ବହୁବ୍ରୀହି; ବି= ବହୁଧା+କୃତ୍ ଧାତୁ=କାଟିବ + କର୍ମ. ଅନ) — [ଦ୍ର—ଏ ଖଣ୍ଡ ଖଣ୍ଡ ହୋଇ କଟା ହୋଇଥିଲେ। ପୁରାଣରେ ଅଛି ଯେ ସୂର୍ଯ୍ୟଙ୍କ ଶ୍ୱଶୁର ବିଶ୍ୱକର୍ମା ସୂର୍ଯ୍ୟଙ୍କ ତେଜକୁ ହ୍ରାସ କରିବା ପାଇଁ ସୂର୍ଯ୍ୟଙ୍କୁ ଖଣ୍ଡ ଖଣ୍ଡ କରି କାଟିବା ପରେ ସୂର୍ଯ୍ୟପତ୍ନୀ ସଂଜ୍ଞା ସୂର୍ଯ୍ୟଙ୍କ ତେଜ ସମ୍ଭାଳିବାକୁ ସମର୍ଥା ହୋଇଥିଲେ।]
  • ସଂ. ବି. (ବହୁବ୍ରୀହି; ବି= ବହୁଧା+କୃତ୍ ଧାତୁ=କାଟିବ + କର୍ମ. ଅନ) — ଅର୍କବୃକ୍ଷ — The plant Swallowort; Calotropis Gigantea
  • ସଂ. ବି. (ବହୁବ୍ରୀହି; ବି= ବହୁଧା+କୃତ୍ ଧାତୁ=କାଟିବ + କର୍ମ. ଅନ) — (ବି+କୃତ୍ ଧାତୁ+ କର୍ତ୍ତୃ. ଅନ)—ଯେ ଖଣ୍ଡ ଖଣ୍ଡ କରି କାଟେ; ଛେଦକ — Cutter; chopper; one who chops up a things
  • ଦେ. ବି — ଛିନ୍ନ; ଅପସାରିତ — Separated; cut asunder; removed