ବାୟା Bāyā

  • ଦେ. ବିଣ. ପୁଂ. (ସଂ. ବତୁଳ) — ବାତୁଳ; ପାଗଳ — Mad
  • ବି — ପାଗଲ ବ୍ୟକ୍ତି — Mad man
  • ବି — ସ୍ନେହସୂଚକ ସମ୍ବୋଧନ — A term of endearment
  • ବି — ବାହିଆ (ଦେଖ) — Bāhia (See)
  • ବି — (ସଂ. ତନ୍ତୁବାୟ ବା ବାୟକ =ବୟନକାରୀ; ବାୟ=ବୟନ; ତନ୍ତୀ ଲୁଗା ବୁଣିଲାପରି ଏମାନେ ଆପଣା ବସାକୁ ନଡ଼ିଆ ଓ ତାଳଆଦି ପତ୍ରର ସରୁ ତନ୍ତୁରେ ବୁଣୁ ଥିବାରୁ)— ବାୟା ଚଢ଼େଇ; ଶାଖା— ଶ୍ରୟୀ ବର୍ଗର 4।5 ଆଙ୍ଗୁଳ ଲମ୍ବ ଏକପ୍ରକାର ଛୋଟ ପକ୍ଷୀ — (ସଂ. ତନ୍ତୁବାୟ ବା ବାୟକ =ବୟନକାରୀ; ବାୟ=ବୟନ; ତନ୍ତୀ ଲୁଗା ବୁଣିଲାପରି ଏମାନେ ଆପଣା ବସାକୁ ନଡ଼ିଆ ଓ ତାଳଆଦି ପତ୍ରର ସରୁ ତନ୍ତୁରେ ବୁଣୁ ଥିବାରୁ)— ବାୟା ଚଢ଼େଇ; ଶାଖା— ଶ୍ରୟୀ ବର୍ଗର5ଆଙ୍ଗୁଳ ଲମ୍ବ ଏକପ୍ରକାର ଛୋଟ ପକ୍ଷୀ— . The weaver bird; Ploceus Baya
  • ବି — ବାୟା ବାୟାବଧୂ ବସନ୍ତି ନିର୍ଭୟେ। ରାଧାନାଥ ଚିଲିକା।
  • ବି — [ଦ୍ର—ଏମାନେ ତାଳ, ନଡ଼ିଆ ଓ ଅନ୍ୟ ବଡ଼ ବଡ଼ ଗଛର ଅଗ ଡାଳରେ ପତ୍ରମାନଙ୍କ ସରୁ ତନ୍ତୁଦ୍ୱାରା ବୋତଲ ପରି ସରୁମୁହାଁ ବସା ବୁଣି ଝୁଲାଇ ଥାଆନ୍ତି ଓ ବସାର ତଳ ପାଖେ ବାଟ ରଖି ଥାଆନ୍ତି। ଏମାନେ ଦଳ ଦଳ ଆସି ପାଚିଲା ଧାନ କ୍ଷେତରୁ ବହୁତ ଧାନ ଖାଇ ଯାଆନ୍ତି। ଏମାନଙ୍କ ମୁଣ୍ଡ ଟାଙ୍ଗରା ବା ଲୋମହୀନ।
  • ବି — ଆଉ ଏକ ଜାତୀୟ ବାୟା ଚଢ଼େଇଙ୍କୁ 'ତାଳବାୟା' (ବଂ. ବାତସିଆ ବା ତାଲଚଟ୍ଟା) ବୋଲାଯାଏ। ଏମାନେ ତାଳ ଗଛ ଅଗରେ ବାୟା ଚଢ଼େଇଙ୍କ ପରି ବସା ବାନ୍ଧନ୍ତି। — (The palm swift; Tachornis Batasseinsis).ଏମାନଙ୍କ ଥଣ୍ଟ ବାୟାଙ୍କଠାରୁ ଛୋଟ; ଥଣ୍ଟର ଅଗ ବଙ୍କା ଓ ଚଉଡ଼ା ଏମାନେ ଉଡ଼ି ଉଡ଼ି ପୋକ ଧରି ଖାଆନ୍ତି
  • ବି — ଆମଦେଶରେ ବାୟା ଚଢ଼େଇଙ୍କୁ ଲକ୍ଷ୍ୟ କରି ଅନେକ ଶିଶୁଗୀତ ରଚିତ ହୋଇଅଛି। ଯଥା
  • ବି — ଧୋଓରେ ବାୟା ଧୋ ! ଯେଉଁ କିଆରିରେ ଗହଳ ମାଣ୍ଡିଆ ସେହି କିଆରିରେ ଶୋ।
  • ବି — ବାୟାର କି ଯାଏ, ବାଆ କଲେ ବସା ଦୋହେଲୁ ଥାଏ।
  • ବି — ବାୟା ମାଆ ଯେ ସରୁ କାଟେଣୀ, ଝିଅକୁ ପିନ୍ଧାଏ ପାଟ ପତନୀ, ପୁଅକୁ ପିନ୍ଧାଏ ନେତ, ଆପେ ପିନ୍ଧିଥାଏ କଳା ବୋଇତ ଲୋ, ଉଡ଼େଇ ନଉଛି ଭୂତ।