ବାହୁକ Bāhuka
- ସଂ. ବି. (ବାହୁ+କ) — ନୈଷଧ; ଋତୁପର୍ଣ୍ଣ ରାଜାଙ୍କର ସାରଥି ବେଶଧାରୀ ନଳ ରାଜାଙ୍କର ଛଦ୍ମ ନାମ — The name assumed by king Naḻa in the guise of a charioteer to the king of Aj̄odhyā
- ସଂ. ବି. (ବାହୁ+କ) — ନଳଙ୍କ ସାରଥି ବାହୁକ ଅଟେ ମୁହିଁ କୃଷ୍ଣସିଂହ. ମହାଭାରତ. ବନ।
- ସଂ. ବି. (ବାହୁ+କ) — କପି — Monkey
- ସଂ. ବି. (ବାହୁ+କ) — ଭୃତ୍ୟ; ଦାସ — Slave;. servant
- ଦେ. ବି — ବାହକ; ସାରଥି — Cart driver; coachman
- ଦେ. ବି — ବାହିଲେ ସଲିଳ ରଥ କୈବର୍ତ୍ତ ସେକାଳେ ବାହୁକ ପ୍ରାୟେ ସେ ଦଣ୍ଡ ଧାରଣେ ଦିଶିଲେ। ଭଞ୍ଜ. ବୈଦେହୀଶବିଳାସ।
- ଦେ. ବି — ନାଉରି — Boatman
- ଦେ. ବି — ନାବ ବାହୁକ ଦଧି ଦାନୀ ବ୍ରଜ ବାଳକ ଚୂଡ଼ାମଣି। ଭୂପତି ପ୍ରେମପଞ୍ଚାମୃତ।