ବାହାଡ଼ା Bāhāṟḍ̠ā
- ଦେ. ବି—(ସଂ. ବୟସ୍ଥା, ବିଭୀତକ, ବହେଡୁକ; ପ୍ରା. ବହେଡ଼ଅ) — ତ୍ରିଫଳା ମଧ୍ୟରୁ ଏକତମ ଫଳ — Beleric Myrobalan; Terminalia Beleric
- ଦେ. ବି—(ସଂ. ବୟସ୍ଥା, ବିଭୀତକ, ବହେଡୁକ; ପ୍ରା. ବହେଡ଼ଅ) — [ଦ୍ର—ଏହା ଅର୍ଜୁନାଦି ବର୍ଗର ବୃକ୍ଷ ଓ ଏହାର ଫଳ ଲୋମଶ। ଗଛରୁ ବର୍ଷକୁ ବର୍ଷ ପତ୍ର ଝଡେ; କାଠ ପାଣ୍ଡୁର। ଶାଖାର ପ୍ରାନ୍ତରେ ପତ୍ର ଧରେ। ଏହାର ଫଳ କଷାୟ ଓ ଔଷଧରେ ବ୍ୟବହୃତ ହୁଏ। ଏହା କଫ, କାଶ ଓ କୃମି— ନାଶକ। ଏହା ଚମଡ଼ା ସିଝାଇବା ଓ କଷିବା କାମରେ ଲାଗେ। ଏହାର କାଠ ଦୃଢ ନୁହେଁ।]
- ଦେ. ବି—(ସଂ. ବୟସ୍ଥା, ବିଭୀତକ, ବହେଡୁକ; ପ୍ରା. ବହେଡ଼ଅ) — ଏକ ପ୍ରକାର ବିଷାକ୍ତ ବୀଜବିଶିଷ୍ଟ ଶିମ୍ବ; ମହରଡ଼ା — Canavalia Virosa; Dolichos Virasus; a kind of sword-bean with poisonous seeds (Haines)
- ଦେ. ବି—(ସଂ. ବୟସ୍ଥା, ବିଭୀତକ, ବହେଡୁକ; ପ୍ରା. ବହେଡ଼ଅ) — [ଦ୍ର—ଏହା ଲତା ଓ ଏହାର ଛୁଇଁ ଶିମ୍ବଜାତୀୟ।]
- ବିଣ. (ସଂ. ବ୍ୟାହତ ବା ଆଘାତପ୍ରାପ୍ତ କିମ୍ବା ବର୍ଦ୍ଧିତ) — ଧାଡ଼ିରୁ ପୃଥକ ହୋଇ ବାହାରିଥିବା (ଦାନ୍ତ) — Redundant (tooth); (tooth) coming out of the proper line of the jaw
- ବିଣ. (ସଂ. ବ୍ୟାହତ ବା ଆଘାତପ୍ରାପ୍ତ କିମ୍ବା ବର୍ଦ୍ଧିତ) — ଚମ୍ପାର ଛାମୁଦାନ୍ତ ଦୁଇଗୋଟି ବାହାଡ଼ା ହୋଇ ଗୋଟାକ ଉପରେ ଗୋଟାଏ ଚଢ଼ିଯାଇ ପର୍ବତ ଶୃଙ୍ଗ ପରି ଟେକି ରହିଥିବାରୁ ସେ ଶିଖରିଦଶନା—ଫକୀରମୋହନ ଛମାଣ ଆଠଗୁଣ୍ଠ।
- ବିଣ. (ସଂ. ବ୍ୟାହତ ବା ଆଘାତପ୍ରାପ୍ତ କିମ୍ବା ବର୍ଦ୍ଧିତ) — [ଦ୍ର—ଶିଶୁ ଅବସ୍ଥାରେ କୌଣସି କୌଣସି ଦୁଧ ଦାନ୍ତ ଝଡ଼ି ନ ପଡ଼ଣୁ ସେ ସ୍ଥାନରେ ଆଉ ଗୋଟିଏ ଦାନ୍ତ ଗଜୁରିଲେ ପଡ଼ି ନ ଥିବା ଦାନ୍ତ ତାକୁ ବାଧା ଦିଏ। ସେଥିପାଇଁ ନୂଆ ଦାନ୍ତ ବାଧାପ୍ରାପ୍ତ ହୋଇ ଦାନ୍ତର ପ୍ରକୃତ ଧାଡ଼ିରେ ନ ଉଠି ଧାଡ଼ିରୁ ଛାଡିଯାଇ ଉଠେ, ତାହାକୁ ବାହାଡ଼ା ଦାନ୍ତ ବୋଲାଯାଏ।]
- ବିଣ. (ସଂ. ବ୍ୟାହତ ବା ଆଘାତପ୍ରାପ୍ତ କିମ୍ବା ବର୍ଦ୍ଧିତ) — ଏକାଧିକ ବସନ୍ତ ବ୍ରଣ ଏକତ୍ର ଏକ ସମୟରେ ଉଠି ମ୍ଳାନ ନ ପାଇ ଏକତ୍ର ଲେଶିଲା ପରି ହୋଇଯିବା — (Compound small pox sores) Which become painful and linger for a long period
- ବିଣ. (ସଂ. ବ୍ୟାହତ ବା ଆଘାତପ୍ରାପ୍ତ କିମ୍ବା ବର୍ଦ୍ଧିତ) — [ଦ୍ର—ବସନ୍ତ ରୋଗୀର ଦେହରେ ଗୋଟିଏ ସ୍ଥାନରେ ବସନ୍ତ ବ୍ରଣ ଉଠିଥିବା ଅବସ୍ଥାରେ ସେହି ସ୍ଥାନରେ ଆଉ ଗୋଟିଏ ବା ଅଧିକ ବସନ୍ତ ବ୍ରଣ ଉଠିଲେ ପୂର୍ବରୁ ଉଠିଥିବା ବ୍ରଣ ନୂଆ ବ୍ରଣକୁ ବ୍ୟାଘାତ ଦେବାରୁ ସେ ନୂଆ ବ୍ରଣ ବାହୁଡ଼ି ନ ଯାଇ ପ୍ରକୂପିତ ହୋଇ ଭୟାନକ ରୂପ ଧାରଣ କରେ। ଅତଏବ 'ବାହୁଡ଼ିବା ଶବ୍ଦରୁ' ବାହାଡ଼ା ଶବ୍ଦ ଆସିଥିବାର ଅନୁମିତ ହୁଏ।]