ବାହାର ହେବା Bāhāra hebā

  • ଦେ. କ୍ରି — ବାହାରିବା; ବହିର୍ଗତ ହେବା — To come out
  • ଦେ. କ୍ରି — ବାହାର ହେଲେ ପଦ୍ମାବତୀ ପାଟ ରାଣୀ। ଯାତ୍ରା ଗୀତ।
  • ଦେ. କ୍ରି — ତାଡ଼ିତ ହେବା — To be expelled from
  • ଦେ. କ୍ରି — (ଯଥା—ମାସେ ହେଲା ମୁଁ ଜାତିରୁ ବାହାର ହୋଇଛି।)
  • ଦେ. କ୍ରି — କଥା ବା ଆଦେଶ ବା ନିୟମରୁ ବହିର୍ଭୂତ ହେବା; ନିୟମାଦି ନ ମାନିବା — To disobey
  • ଦେ. କ୍ରି — (ଯଥା—ମୁଁ ସାଆନ୍ତଙ୍କ ହୁକୁମରୁ ବାହାର ହେବି ନାହିଁ।)
  • ଦେ. କ୍ରି — ସର୍ବସାଧାରଣରେ ଦେଖା ଦେବା — To appear in public
  • ଦେ. କ୍ରି — କୌଣସି ଅଧିକାରରୁ ଚ୍ୟୁତ ହେବା — To be excluded from a previlage
  • ଦେ. କ୍ରି — (ଯଥା—ସ୍ତ୍ରୀମାନେ ମାସକେ ଥରେ ହାଣ୍ଡିରୁ ବାହାର ହୁଅନ୍ତି।)