ବାହାର କରିବା Bāhāra karibā
- ଦେ. କ୍ରି—(ସଂ. ବହିଃ+ କରଣ) — ଭିତରରୁ ପଦାକୁ ଆଣିବା — To bring out
- ଦେ. କ୍ରି—(ସଂ. ବହିଃ+ କରଣ) — (ଯଥା—ସାପ ଗାତରୁ ମୁହଁ ବାହାର କରିଛି।)
- ଦେ. କ୍ରି—(ସଂ. ବହିଃ+ କରଣ) — ପୁସ୍ତକାଦି ପ୍ରକାଶିତ କରିବା; ପ୍ରକଟିତ କରାଇବା — To publish
- ଦେ. କ୍ରି—(ସଂ. ବହିଃ+ କରଣ) — (ଯଥା—ସ୍ୱର୍ଗୀୟ ବିଶ୍ୱନାଥ ବାବୁ 'ଉତ୍କଳସାହିତ୍ୟ' ବାହାର କରି ଥିଲେ।)
- ଦେ. କ୍ରି—(ସଂ. ବହିଃ+ କରଣ) — ପଦାକୁ ଦେଖାଇବା; କାଢ଼ିବା; ପ୍ରକାଶ କରିବା — To exhibit; to show forth
- ଦେ. କ୍ରି—(ସଂ. ବହିଃ+ କରଣ) — (ଯଥା—କେଳା କୁହୁକ ବାହାର କରୁଛି।)
- ଦେ. କ୍ରି—(ସଂ. ବହିଃ+ କରଣ) — ଉଦ୍ଗିରଣ କରିବା — To vomit forth; to eject
- ଦେ. କ୍ରି—(ସଂ. ବହିଃ+ କରଣ) — (ଯଥା—ରେଳଗାଡ଼ି ଧୂଆଁ ବାହାର କରି ଚାଲିଛି।)
- ଦେ. କ୍ରି—(ସଂ. ବହିଃ+ କରଣ) — କୌଣସି ସ୍ଥାନରୁ ତଡ଼ି ଦେବା; ସ୍ଥାନାନ୍ତରିତ କରିବା — To drive away; to expel
- ଦେ. କ୍ରି—(ସଂ. ବହିଃ+ କରଣ) — (ଯଥା—ଶିକ୍ଷକ ଦୁଷ୍ଟ ପିଲାକୁ ସ୍କୁଲରୁ ବାହାର କରିଦେଲେ।)
- ଦେ. କ୍ରି—(ସଂ. ବହିଃ+ କରଣ) — କୌଣସି ପଦାର୍ଥରୁ ସାର ବା ନିର୍ଯ୍ଯାସ ବା ତୈଳ ବା ରସ ନିଷ୍କାସିତ କରିବା — To extract
- ଦେ. କ୍ରି—(ସଂ. ବହିଃ+ କରଣ) — (ଯଥା—ବସାଦହିରୁ ଲହୁଣି ବାହାର କରାଯାଏ।)