ବାସୁକି Bāsuki

  • ସଂ. ବି. (ବସୁ=ରତ୍ନ+କ=ମସ୍ତକ+ଇ; ଯାହାର ମୁଣ୍ଡରେ ରତ୍ନ ଅଛି; ନାଗ ଆଦିଙ୍କ ମୁଣ୍ଡରୁ ମଣି ବାହାରିବାର ଦେଖାଯାଏ) — ସର୍ପରାଜ — The king of serpents
  • ସଂ. ବି. (ବସୁ=ରତ୍ନ+କ=ମସ୍ତକ+ଇ; ଯାହାର ମୁଣ୍ଡରେ ରତ୍ନ ଅଛି; ନାଗ ଆଦିଙ୍କ ମୁଣ୍ଡରୁ ମଣି ବାହାରିବାର ଦେଖାଯାଏ) — [ଦ୍ର—ପୁରାଣୋକ୍ତ ଅଷ୍ଟ ନାଗ ମଧ୍ୟରେ ଏ ଦ୍ୱିତୀୟ; କଦ୍ରଙ୍କ ଗର୍ଭରୁ କଶ୍ୟପ ଋଷିଙ୍କ ଔରସରେ ଏହାଙ୍କର ଜନ୍ମ। ଏ ଫଣା ଦ୍ୱାରା ପୃଥିବୀକୁ ଟେକି ଧରି ଅଛନ୍ତି। ଏହାଙ୍କର ସହସ୍ର ଫଣା ଥିବାର ବର୍ଣ୍ଣିତ ହୋଇଅଛି।]