ବାସିଧୋବ Bāsi dhoba

  • ଦେ. ବିଣ — ଧୋବାମାନଙ୍କର ଏକଦିନରୁ ବେଶି ସମୟରେ ଲୁଗା ପରିଷ୍କାର କରିବା ବିଧି — The process of washing cloth which takes more than one day
  • ଦେ. ବିଣ — [ଦ୍ର—ପୂର୍ବେ ରଜକ ବସ୍ତ୍ରକୁ ପରିଷ୍କୃତରୂପେ ଧୌତ କରି ତାହାକୁ ସୁବାସିତ କରିବାର ବିଧି ଥିଲା। ଏଥୁଯୋଗୁଁ 'ସୁବାସିତ'ରୁ 'ବାସି କରିବା' ଓ 'ବାସିଧୋବା' ଶବ୍ଦର ବ୍ୟବହାର ଭାଷାରେ ରହିଅଛି। ପୂର୍ବେ ଲୁଗାକୁ କାଚି ସଫା କରି ତାହାକୁ ନେଳିଆଦି ରଙ୍ଗ ଦ୍ୱାରା ରଞ୍ଜିତ କରାଯାଉଥିବା ବିଧିରୁ 'ରଜକ' ଶବ୍ଦର ବ୍ୟବହାର ରହିଅଛି।
  • ଦେ. ବିଣ — ଧୋବାମାନେ ଯେଉଁ ମଇଳା ଲୁଗା ନେଇ କାଚିକରି ଏକାଦିନକେ ଫେରାଇ ଦିଅନ୍ତି ତାହାକୁ 'ସଜଧୋବ' ବୋଲାଯାଏ ଓ ଯାହା ଏକରୁ ଅଧିକ ଦିନରେ ଦିଅନ୍ତି ତାକୁ 'ବାସିଧୋବ' ବୋଲାଯାଏ; ଫଳତଃ 'ସଜଧୋବ' ଲୁଗା ଅପେକ୍ଷା 'ବାସିଧୋବ' ଲୁଗା ବେଶି ଶୁଭ୍ର ଓ ସୁପରିଷ୍କୃତ ହୁଏ।]
  • ଦେ. ବିଣ — ଏକଦିନରୁ ଅଧିକ ପରିଶ୍ରମ କରାଯାଇ ସୁପରିଷ୍କୃତ (ଲୁଗା) — Well cleansed (cloth)