ବାଳୁଙ୍ଗା Bāḻuṅgā

  • ଦେ. ବି — ନିବାର; ଝଡ଼ା ଧାନ୍ୟ; ଋଷି ଧାନ; କୃଷି କରା ନ ଯାଇ ଉଠିବା ଧାନ; ଅଯତ୍ନସମ୍ଭୂତ ଧାନ୍ୟ; ରାହାଡ଼ୀ — Paddy growing without cultivation
  • ଦେ. ବି — କୃଷକେ ଉପାଡ଼ନ୍ତି ବାଳୁଙ୍ଗା କ୍ଷେତୁ ସାଧୁ ଯେସନେ ଆତ୍ମବଡ଼ିମା ଚିତ୍ତୁ—ରାଧନାଥ ତୁଳସୀସ୍ତବକ।
  • ଦେ. ବି — [ଦ୍ର—ଏହି ଧାନ କୃଷିଉତ୍ପନ୍ନ ଧାନ ଗଛରୁ ଝଡ଼ ପଡ଼ି କ୍ଷେତରେ ପଡ଼ି ରହି ଥାଏ ଏବଂ ଗଛ ଉଠେ ଓ ଫଳେ। ଏହାର ଶସ୍ୟର ଅଗରେ ବଡ଼ ବଡ଼ ଶିଙ୍ଘ ଥାଏ। ଏହି ଧାନ କର୍ଷିତ ଧାନ ଗଛ ସଙ୍ଗେ କିଆରିରେ ଉଠିଲେ କୃଷି ଧାନ ଅପେକ୍ଷା ଆଗରୁ ପାଚି ଯାଏ ଓ କିଆରିରେ ଝଡ଼ି ପଡ଼େ। ପୁଣି ପରବର୍ତ୍ତୀ ବର୍ଷକୁ ଉଠେ ଓ ଆଗେ ପାଚେ। ଏହିପରି ହେବାଦ୍ୱାରା କିଆରିକୁ ନଷ୍ଟ କରି ପକାଏ। ଏଥି ପାଇଁ କୃଷକମାନେ ଧାନ କିଆରିରୁ ବାଳୁଙ୍ଗା ଗଛମାନ ଆଗରୁ ଓପାଡ଼ି ପକାନ୍ତି। ଧାନ ଗଛ ଛୋଟ ଥିବା ବେଳେ ଗଛର ମୂଳ ଦେଖି ଧାନ ଗଛ ଓ ବାଳୁଙ୍ଗା ଗଛକୁ କୃଷକମାନେ ଚିହ୍ନି ପାରନ୍ତି। ଧାନ କ୍ଷେତରୁ ବାଳୁଙ୍ଗା ନ ଓପାଡ଼ିଲେ 3 ବର୍ଷ ମଧ୍ୟରେ କିଆରିଯାକ ବାଳୁଙ୍ଗାମୟ ହୋଇ ଯାଏ ଓ ମାଟିରୁ ସାର ଟାଣି ନେଇ କୃଷିଧାନ ଗଛକୁ ଦୁର୍ବଳ କରି ପକାଏ। ପୂର୍ବକାଳରେ ଋଷିମାନେ ଏହାର ଚାଉଳକୁ ଖାଉଥିଲେ; ଏ ଧାନର ଚାଉଳ ନୀରସ ଓ ରୁକ୍ଷ।] — [ଦ୍ର—ଏହି ଧାନ କୃଷିଉତ୍ପନ୍ନ ଧାନ ଗଛରୁ ଝଡ଼ ପଡ଼ି କ୍ଷେତରେ ପଡ଼ି ରହି ଥାଏ ଏବଂ ଗଛ ଉଠେ ଓ ଫଳେ ଏହାର ଶସ୍ୟର ଅଗରେ ବଡ଼ ବଡ଼ ଶିଙ୍ଘ ଥାଏ ଏହି ଧାନ କର୍ଷିତ ଧାନ ଗଛ ସଙ୍ଗେ କିଆରିରେ ଉଠିଲେ କୃଷି ଧାନ ଅପେକ୍ଷା ଆଗରୁ ପାଚି ଯାଏ ଓ କିଆରିରେ ଝଡ଼ି ପଡ଼େ ପୁଣି ପରବର୍ତ୍ତୀ ବର୍ଷକୁ ଉଠେ ଓ ଆଗେ ପାଚେ ଏହିପରି ହେବାଦ୍ୱାରା କିଆରିକୁ ନଷ୍ଟ କରି ପକାଏ ଏଥି ପାଇଁ କୃଷକମାନେ ଧାନ କିଆରିରୁ ବାଳୁଙ୍ଗା ଗଛମାନ ଆଗରୁ ଓପାଡ଼ି ପକାନ୍ତି ଧାନ ଗଛ ଛୋଟ ଥିବା ବେଳେ ଗଛର ମୂଳ ଦେଖି ଧାନ ଗଛ ଓ ବାଳୁଙ୍ଗା ଗଛକୁ କୃଷକମାନେ ଚିହ୍ନି ପାରନ୍ତି ଧାନ କ୍ଷେତରୁ ବାଳୁଙ୍ଗା ନ ଓପାଡ଼ିଲେ3ବର୍ଷ ମଧ୍ୟରେ କିଆରିଯାକ ବାଳୁଙ୍ଗାମୟ ହୋଇ ଯାଏ ଓ ମାଟିରୁ ସାର ଟାଣି ନେଇ କୃଷିଧାନ ଗଛକୁ ଦୁର୍ବଳ କରି ପକାଏ ପୂର୍ବକାଳରେ ଋଷିମାନେ ଏହାର ଚାଉଳକୁ ଖାଉଥିଲେ; ଏ ଧାନର ଚାଉଳ ନୀରସ ଓ ରୁକ୍ଷ]
  • ଦେ. ବି — (ପୁଂ) ଅଯୋଗ୍ୟ ଓ ଦୁଷ୍ଟ ବ୍ୟକ୍ତି — A wicked and unworthy person
  • ଦେ. ବି — ଅଧମ ବ୍ୟକ୍ତି — A mean person
  • ଦେ. ବି — ତିନି ବରଷରେ ଧାନ ବାଳୁଙ୍ଗା ତିନି ପୁରୁଷରେ କୁଳ ବାଳୁଙ୍ଗା। ଢଗ।
  • ଦେ. ବି — ମୂର୍ଖ ବ୍ୟକ୍ତି — An ignorant person; a dunce