ବାଲିଶଯ୍ୟା Bāliṡaj̄yā

  • ଦେ. ବି (ସଂ. ବାଲୁକା ଶଯ୍ଯା) — ମୃତ୍ୟୁ ଆସନ୍ନ ହେଲେ ମୁମୂର୍ଷୁ ବ୍ୟକ୍ତିକୁ ପବିତ୍ର ଗଙ୍ଗା ବାଲି ମିଶା ଯେଉଁ ସିକତାମୟ ଶଯ୍ଯାରେ ଶୁଆନ୍ତି — A bed of sand mixed with the sacred sand of the Ganges on which a dying person is laid down when every hope of his or her life is given up
  • ଦେ. ବି (ସଂ. ବାଲୁକା ଶଯ୍ଯା) — ବାଲିଶଯ୍ଯାରେ ଶୋଇ ଦେଇ ବନ୍ଧୁ ବାନ୍ଧବ ବେଢ଼ି ତହିଁ—ଜଗନ୍ନାଥ. ଭାଗବତ।
  • ଦେ. ବି (ସଂ. ବାଲୁକା ଶଯ୍ଯା) — [ଦ୍ର—ହିନ୍ଦୁଧର୍ମଶାସ୍ତ୍ର ଅନୁସାରେ ଗଙ୍ଗାନଦୀର ବାଲୁକାରେ ଶୟନ କରିଥିବା ଅବସ୍ଥାରେ ମୃତ୍ୟୁ ଘଟିଲେ ସ୍ୱର୍ଗପ୍ରାପ୍ତି ହୁଏ, ଏହି ବିଶ୍ୱାସରେ ଯେଉଁମାନେ ଗଙ୍ଗାନଦୀର ଗର୍ଭକୁ ନୀତ ହୋଇ ପାରନ୍ତି ନାହିଁ, ଆସନ୍ନମୃତ୍ୟୁ ଅବସ୍ଥାରେ ସେମାନଙ୍କୁ ତାଙ୍କ ପାଖରେ ଥିବା ଭାଇ ବନ୍ଧୁ କୁଟୁମ୍ବ ଘରଭିତରୁ ଅଗଣାକୁ ଟେକି ନେଇ ସେଠାରେ ଗଙ୍ଗାବାଲି ଥିଲେ ତାହା ମଗାଇ ବା କଳ୍ପିତ ଗଙ୍ଗାବାଲୁକାରଚିତ ଶଯ୍ଯାରେ ଶୁଆଇ ଦିଅନ୍ତି।]