ବାଲମ୍ Bālam
- ଦେ. ବି — ବରିଶାଲ ଅଞ୍ଚଳରୁ କଲିକତାକୁ ଆନୀତ ଏକ ପ୍ରକାର ଉତ୍କୃଷ୍ଟ ଶାଳି ତଣ୍ଡୁଳ — A kind of excellent rice imported to Calcutta from Barisal side
- ଦେ. ବି — [ଦ୍ର—ନୁଆଖାଲି ଓ ବାଖରଗଞ୍ଜ ପ୍ରଭୃତି ଅଞ୍ଚଳରେ ବ୍ୟବହୃତ ନୌକା ବିଶେଷର ନାମ 'ବାଲମ୍'। ଏହି ନୌକାର ପଟାମାନଙ୍କୁ ବେତ ଲଇ ଦ୍ୱାରା ପରସ୍ପର ସହିତ ଭିଡ଼ି କରି ବାନ୍ଧିବାକୁ ହୁଏ। ବରିଶାଳ ଅଞ୍ଚଳରୁ ଏ ଚାଉଳ 'ବାଲମ୍' ନୌକାରେ କଲିକତା ଅଞ୍ଚଳକୁ ଆସୁଥିବାରୁ ଏ ଚାଉଳର ଏହି ନାମ ହୋଇଅଛି। ଏ ଚାଉଳ ସାଧାରଣ ଚାଉଳ ଅପେକ୍ଷା ସରୁ ଓ ଲମ୍ବ, ଓ ଏଥିରେ ଅନ୍ନ ଗୋଟି ଗୋଟି ହୁଏ। ଏ ଚାଉଳରେ ଖେଚେଡ଼ି, ପଲଉ ଆଦି ରନ୍ଧାଯାଏ—ଯୋଗେଶଚନ୍ଦ୍ର।]