ବାରୁଦ Bāruda

  • ଦେ. ବି. (ତୁର୍କୀ, ବାରୁତ୍. ଫା ବାରୁଦ୍) — ବିସ୍ଫୋଟକ ଚୂର୍ଣ୍ଣ; କୋଇଲା, ସୋରା ଓ ଗନ୍ଧକ ମିଶ୍ରିତ ଚୂର୍ଣ୍ଣ;' ଦାରୁ; ଅଗ୍ନିଚୂର୍ଣ୍ଣ — Gum power
  • ଦେ. ବି. (ତୁର୍କୀ, ବାରୁତ୍. ଫା ବାରୁଦ୍) — [ଦ୍ର—ପ୍ରତ୍ନତତ୍ତ୍ୱ ଗବେଷଣାଦ୍ୱାରା ଜଣା ଯାଇଅଛି ଯେ ବହୁକାଳ ପୂର୍ବେ ଚୀନ ଦେଶରେ ଓ ଭାରତରେ ବାରୁଦର ବ୍ୟବହାର ଥିଲା ଓ ଯୁଦ୍ଧରେ ଅଗ୍ନ୍ୟସ୍ତ୍ର (ବନ୍ଧୁକ, ତୋପ) ବ୍ୟବହୃତ ହେଉ ଥିଲା। ଅଶୋକଙ୍କ ଶିଳାଲିପିରେ ଅଗ୍ନିଖଂଧ (ସଂ. ଅଗ୍ନିସ୍କନ୍ଧ) ଆତସ— ବାଜୀ ବା ବାଣ ପୋଡ଼ା ଅର୍ଥରେ ବ୍ୟବହୃତ ହୋଇଅଛି। ବାରୁଦ ଓ ବନ୍ଧୁକର ପ୍ରଚାର ଇଉରୋପରେ ଖ୍ରୀଷ୍ଟୀୟ ଚତୁର୍ଦ୍ଦଶ ଶତାବ୍ଦୀରେ ଆରବ୍ ଦେଶବାସୀ ମୂର୍ମାନେ ପ୍ରଥମେ କରିଥିଲେ ଓ ଷୋଡ଼ଶ ଶତାବ୍ଦି ପର୍ଯ୍ୟନ୍ତ କେବଳ ବନ୍ଧୁକ ପାଇଁ ବାରୁଦର ବ୍ୟବହାର ଇଉରୋପରେ ହେଉଥିଲା। ସାଧାରଣ ବାରୁଦରେ ଶତକଡ଼ା 75 ଅଂଶ ସୋର, 10 ଅଂଶ ଗନ୍ଧକ ଓ 15 ଅଂଶ କୋଇଲା ଚୂନା ପଡ଼େ। ଏହି ଉପକରଣମାନଙ୍କ ଭାଗମାପକୁ କମ୍ ବେଶି କରି, ଲୁହା ଚୂନା. ତମ୍ବା ଚୂନା ଆଦି ମିଶାଇ ନାନାପ୍ରକାର ଆଲୋକ ଓ ସ୍ଫୁଲିଙ୍ଗ ଉତ୍ପାଦକ ବାଣ ତିଆରି କରାଯାଏ। ହି. ଶ.] — [ଦ୍ର—ପ୍ରତ୍ନତତ୍ତ୍ୱ ଗବେଷଣାଦ୍ୱାରା ଜଣା ଯାଇଅଛି ଯେ ବହୁକାଳ ପୂର୍ବେ ଚୀନ ଦେଶରେ ଓ ଭାରତରେ ବାରୁଦର ବ୍ୟବହାର ଥିଲା ଓ ଯୁଦ୍ଧରେ ଅଗ୍ନ୍ୟସ୍ତ୍ର (ବନ୍ଧୁକ, ତୋପ) ବ୍ୟବହୃତ ହେଉ ଥିଲା ଅଶୋକଙ୍କ ଶିଳାଲିପିରେ ଅଗ୍ନିଖଂଧ (ସଂ. ଅଗ୍ନିସ୍କନ୍ଧ) ଆତସ— ବାଜୀ ବା ବାଣ ପୋଡ଼ା ଅର୍ଥରେ ବ୍ୟବହୃତ ହୋଇଅଛି ବାରୁଦ ଓ ବନ୍ଧୁକର ପ୍ରଚାର ଇଉରୋପରେ ଖ୍ରୀଷ୍ଟୀୟ ଚତୁର୍ଦ୍ଦଶ ଶତାବ୍ଦୀରେ ଆରବ୍ ଦେଶବାସୀ ମୂର୍ମାନେ ପ୍ରଥମେ କରିଥିଲେ ଓ ଷୋଡ଼ଶ ଶତାବ୍ଦି ପର୍ଯ୍ୟନ୍ତ କେବଳ ବନ୍ଧୁକ ପାଇଁ ବାରୁଦର ବ୍ୟବହାର ଇଉରୋପରେ ହେଉଥିଲା ସାଧାରଣ ବାରୁଦରେ ଶତକଡ଼ା75ଅଂଶ ସୋର,10ଅଂଶ ଗନ୍ଧକ ଓ15ଅଂଶ କୋଇଲା ଚୂନା ପଡ଼େ ଏହି ଉପକରଣମାନଙ୍କ ଭାଗମାପକୁ କମ୍ ବେଶି କରି, ଲୁହା ଚୂନା. ତମ୍ବା ଚୂନା ଆଦି ମିଶାଇ ନାନାପ୍ରକାର ଆଲୋକ ଓ ସ୍ଫୁଲିଙ୍ଗ ଉତ୍ପାଦକ ବାଣ ତିଆରି କରାଯାଏ ହି. ଶ.]