ବାରୁଣୀ ସ୍ନାନ Bāruṇī snāna
- ସଂ. ବି — ଚୈତ୍ର କୃଷ୍ଣ ତ୍ରୟୋଦଶୀ ଦିନ ଗଙ୍ଗାରେ ଓ ସମୁଦ୍ରରେ ଘଟିବା ସ୍ନାନଯୋଗ; ସମୁଦ୍ରରେ ସ୍ନାନ କରିବାର ପ୍ରଶସ୍ତ ଯୋଗ — An auspicious time to perform ablutions in the sea and other sacred waters
- ସଂ. ବି — [ଦ୍ର—ଚୈତ୍ର କୃଷ୍ଣ ତ୍ରୟୋଦଶୀ ଦିନ ଯଦି ଶନିବାର ବା ଶତଭିକ୍ଷା ନକ୍ଷତ୍ର ଓ ଜ୍ଯୋତିଷମତରେ ଶୁଭଯୋଗ ପଡ଼େ ତେବେ ଏହାକୁ ବାରୁଣୀଯୋଗ ବୋଲାଯାଏ। ଯେବେ ଶନିବାର ଓ ଶତଭିକ୍ଷା ନକ୍ଷତ୍ର ଉଭୟ ସେ ଦିନ ପଡ଼ନ୍ତି ତେବେ ଏହାକୁ ମହାବାରୁଣୀ ଯୋଗ ବୋଲାଯାଏ। ଏହି ବାରୁଣୀ ଓ ମହାବାରୁଣୀ ଯୋଗରେ ଗଙ୍ଗାରେ ସାନ୍ନ କଲେ ଶତସଂଖ୍ୟାକ ସୂର୍ଯ୍ୟୋପରାଗରେ ଅନୁଷ୍ଠିତ ଧର୍ମକାର୍ଯ୍ୟର ପୂଣ୍ୟ ଫଳ ମିଳେ। ତୀର୍ଥରାଜ ସମୁଦ୍ରରେ ଗଙ୍ଗାନଦୀ ପଡ଼ିଥିବାରୁ ସମୁଦ୍ରରେ ମଧ୍ୟ ଲୋକେ ଏହି ଯୋଗରେ ସ୍ନାନ କରନ୍ତି ଓ ଅନ୍ୟାନ୍ୟ ସମୁଦ୍ରଗାମିନୀ ନଦୀମାନଙ୍କରେ ମଧ୍ୟ ସ୍ଥାନୀୟଲୋକ ବାରୁଣୀ ବୁଡ଼ ପାରନ୍ତି।
- ସଂ. ବି — ପୁରୀ ସଦର ସବ୍ଡିଭିଜନରେ ବରାଳ ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିରର ନିକଟବର୍ତ୍ତୀ ଭାର୍ଗବୀ ନଦୀରେ ଏବଂ ଅନ୍ୟ କେତେକ ସ୍ଥାନରେ ଏହି ଦିନ ବୁଡ଼ ପଡ଼େ।
- ସଂ. ବି — ଋଷିକୁଲ୍ୟା ନଦୀ ଉତ୍ତରବାହିନୀ ହୋଇଥିବା ସ୍ଥାନ ଗଞ୍ଜାମର ସୋରଡ଼ା ନିକଟସ୍ଥ ପଞ୍ଚାନନ ପ୍ରଭୁଙ୍କ ନିକଟରେ, ଧରାକୋଟର ଚନ୍ଦ୍ରକଳ୍ପେଶ୍ୱରଙ୍କ ନିକଟରେ, ଆସିକା ସୁବର୍ଣ୍ଣେଶ୍ୱରଙ୍କ ନିକଟରେ ପ୍ରତାପପୁର ତୁମ୍ବେଶ୍ୱର ଓ ଗଞ୍ଜାମ ନଗରୀର ପଶ୍ଚିମରେ ଲୋକନାଥ ସ୍ୱାମୀଙ୍କ ନିକଟରେ ସ୍ଥାନୀୟ ଲୋକେ ବାରୁଣୀ ସ୍ନାନ କରନ୍ତି। ଦୈନିକ ଆଶା।]