ବାର ବରଷିଆ Bāra barashiā
- ଦେ. ବିଣ. ପୁଂ. (ସଂ. ଦ୍ୱାଦଶ ବର୍ଷୀୟ) — ବାର ବର୍ଷ ବୟସ୍କ — Aged 2
- ଦେ. ବିଣ. ପୁଂ. (ସଂ. ଦ୍ୱାଦଶ ବର୍ଷୀୟ) — ଯାହା 12 ବର୍ଷରେ ଥରେ ଘଟେ — ଯାହା1ବର୍ଷରେ ଥରେ ଘଟେ—. Happening or taking place once in 1 years
- ଦେ. ବିଣ. ପୁଂ. (ସଂ. ଦ୍ୱାଦଶ ବର୍ଷୀୟ) — ବାର ବର୍ଷ ପୂର୍ବେ ଘଟିଥିବା — Which took place 12 years ago
- ବି — ଏକ ପ୍ରକାର ସପୁରୀ ଜାତୀୟ ଗଛ; ମୁର୍ବା — The century plant; the American Aloe; the agave, Agave Amaryllidaceæ
- ବି — [ଦ୍ର—ଏହାର ପତ୍ର ଖୁବ୍ ମୋଟ ଓ ଖଣ୍ଡା ପରି ଲମ୍ବ ଓ ପତ୍ରର ଅଗରେ ଖୁବ୍ ଦୃଢ଼ ମୁନିଆ କଣ୍ଟା ଥାଏ। ଏଥିର ପତ୍ରକୁ ପାଣିରେ ସଢ଼ାଇ ଦେଲେ ବା ଛେଚିଲେ ତହିଁରୁ କୋମଳ ଅଂଶ ବାହାରି ଯାଇ ଝୋଟ ପରି ତନ୍ତୁ ବାହାରେ ଓ ତହିଁରେ ଖୁବ୍ ଶକ୍ତ ଧନୁର୍ଗୁଣ ହୁଏ। 12 ବର୍ଷରେ ଏ ଗଛରୁ ଗୋଟିଏ 10।15 ହାତ କାଣ୍ଡ ବାହାରେ ଓ ଉକ୍ତ କାଣ୍ଡ ଅଗରେ ଫୁଲ ଓ ଫଳ ଧରେ। ଫଳ ଧରିବା ପରେ ଏ ଗଛ ମରିଯାଏ। ଏ ଗଛକୁ ଲୋକେ ବାଡ଼ ବା ହିଡ଼ରେ ପୋତନ୍ତି। ଏହା ପ୍ରଥମେ ଆମେରିକାରୁ ଏ ଦେଶକୁ ଆନୀତ ହୋଇଥିଲା; ଏଥିର ତନ୍ତୁରେ ଆସନୀ, ମୋଟ ଲୁଗା, ଗାଲିଚା ଆଦି କେନ୍ଦୁଝର ଜେଲରେ ଓ ଅନ୍ୟାନ୍ୟ ସ୍ଥାନରେ ବୁଣା ଯାଉଅଛି। ସମ୍ବଲପୁର ସହର ନିକଟରେ କେଶୀ ନାମକ ଜଣେ ସାହେବ ଏହି ଗଛର ଗୋଟିଏ ପ୍ରକାଣ୍ଡ କୃଷିକ୍ଷେତ୍ର କରି, କଳରେ ତହିଁର ଝୋଟ ବାହାର କରି ଦଉଡ଼ା ବଳାଯିବା ପାଇଁ ଉକ୍ତ ଝୋଟକୁ ବିଦେଶକୁ ପଠାଉ ଅଛନ୍ତି। ଏ ଦଉଡ଼ା ଖୁବ୍ ଟାଣୁଆ ହୁଏ। ଏ ଗଛକୁ ସମ୍ବଲପୁର ଅଞ୍ଚଳରେ 'ମୁରୁଗା' (ସଂ. ମୂର୍ବା) କହନ୍ତି; କିନ୍ତୁ ମୂର୍ବା ଗଛ ଶାକ ଜାତୀୟ ଓ କ୍ଷୁଦ୍ର; ଏବଂ ବାରବରଷିଆ ଗଛ ବଡ଼ ଓ ବିଦେଶରୁ ଆନୀତ।] — [ଦ୍ର—ଏହାର ପତ୍ର ଖୁବ୍ ମୋଟ ଓ ଖଣ୍ଡା ପରି ଲମ୍ବ ଓ ପତ୍ରର ଅଗରେ ଖୁବ୍ ଦୃଢ଼ ମୁନିଆ କଣ୍ଟା ଥାଏ ଏଥିର ପତ୍ରକୁ ପାଣିରେ ସଢ଼ାଇ ଦେଲେ ବା ଛେଚିଲେ ତହିଁରୁ କୋମଳ ଅଂଶ ବାହାରି ଯାଇ ଝୋଟ ପରି ତନ୍ତୁ ବାହାରେ ଓ ତହିଁରେ ଖୁବ୍ ଶକ୍ତ ଧନୁର୍ଗୁଣ ହୁଏ12ବର୍ଷରେ ଏ ଗଛରୁ ଗୋଟିଏ1015ହାତ କାଣ୍ଡ ବାହାରେ ଓ ଉକ୍ତ କାଣ୍ଡ ଅଗରେ ଫୁଲ ଓ ଫଳ ଧରେ ଫଳ ଧରିବା ପରେ ଏ ଗଛ ମରିଯାଏ ଏ ଗଛକୁ ଲୋକେ ବାଡ଼ ବା ହିଡ଼ରେ ପୋତନ୍ତି ଏହା ପ୍ରଥମେ ଆମେରିକାରୁ ଏ ଦେଶକୁ ଆନୀତ ହୋଇଥିଲା; ଏଥିର ତନ୍ତୁରେ ଆସନୀ, ମୋଟ ଲୁଗା, ଗାଲିଚା ଆଦି କେନ୍ଦୁଝର ଜେଲରେ ଓ ଅନ୍ୟାନ୍ୟ ସ୍ଥାନରେ ବୁଣା ଯାଉଅଛି ସମ୍ବଲପୁର ସହର ନିକଟରେ କେଶୀ ନାମକ ଜଣେ ସାହେବ ଏହି ଗଛର ଗୋଟିଏ ପ୍ରକାଣ୍ଡ କୃଷିକ୍ଷେତ୍ର କରି, କଳରେ ତହିଁର ଝୋଟ ବାହାର କରି ଦଉଡ଼ା ବଳାଯିବା ପାଇଁ ଉକ୍ତ ଝୋଟକୁ ବିଦେଶକୁ ପଠାଉ ଅଛନ୍ତି ଏ ଦଉଡ଼ା ଖୁବ୍ ଟାଣୁଆ ହୁଏ ଏ ଗଛକୁ ସମ୍ବଲପୁର ଅଞ୍ଚଳରେ 'ମୁରୁଗା' (ସଂ. ମୂର୍ବା) କହନ୍ତି; କିନ୍ତୁ ମୂର୍ବା ଗଛ ଶାକ ଜାତୀୟ ଓ କ୍ଷୁଦ୍ର; ଏବଂ ବାରବରଷିଆ ଗଛ ବଡ଼ ଓ ବିଦେଶରୁ ଆନୀତ]