ବାପ୍ପାରାଓ Bāppā rāo

  • ଦେ. ବି. (ନାମ) — ମେବାରର ରାଜପୁତ ରାଣାମାନଙ୍କ ଆଦି ପୁରୁଷ — Name of a Rajput king; the founder of the Rana dynasty of a Mewar
  • ଦେ. ବି. (ନାମ) — [ଦ୍ର—ରାଜପୁତାନାରେ ପ୍ରଚଳିତ ଚାରଣ ପ୍ରଚାରିତ ଜନଶ୍ରୁତିରୁ ଜଣାଯାଏ ଯେ ବଲ୍ଲଭୀ ବଂଶର ମହାରାଜ ଗୁହାଦିତ୍ୟଙ୍କର ଏ ଅଷ୍ଟମ ବଂଶଧର ନାଗାଦିତ୍ୟଙ୍କ ପୁତ୍ର ଥିଲେ । ଏ ଶିଶୁ ଥିବା ଅବସ୍ଥାରେ ଏହାଙ୍କ ପିତାଙ୍କୁ ଭିଲ୍ଲମାନେ ହତ୍ୟା କରିଥିଲେ ଓ ଏହାଙ୍କ ରକ୍ଷଣାବେକ୍ଷଣର ଭାର ଏହାଙ୍କ ମାତା ଓ ଜଣେ ବ୍ରାହ୍ମଣ ପୁରୋହିତ ଗ୍ରହଣ କରିଥିଲେ। ଏ ପିଲାଦିନେ ଜଣେ ବ୍ରାହ୍ମଣର ଗାଈ ଚରାଉଥିଲେ; ସେହି ଅବସ୍ଥାରେ ଏ ରୀତ ନାମକ ଋଷିଙ୍କୁ ଭେଟିଲେ ଓ ତାଙ୍କଠାରୁ ଶିବଦୀକ୍ଷା ଗ୍ରହଣ କରି 'ଏକଲିଙ୍ଗ' ନାମକ ଶିବବିଗ୍ରହଙ୍କୁ ପୂଜା କଲେ। ଏ ଚିତୋରକୁ ଆସି ସେଠାରେ ରାଜ୍ୟସ୍ଥାପନ କଲେ। ଏ ମେବାର ରାଜବଂଶର ଆଦି ପୁରୁଷ ଥିଲେ। ଟଡ୍ ସାହେବ ଏହାଙ୍କ ଜନ୍ମକାଳ 344 ଖ୍ରୀଷ୍ଟାବ୍ଦ ଥିବାର କଳ୍ପନା କରନ୍ତି—ହି. ଶ.] — [ଦ୍ର—ରାଜପୁତାନାରେ ପ୍ରଚଳିତ ଚାରଣ ପ୍ରଚାରିତ ଜନଶ୍ରୁତିରୁ ଜଣାଯାଏ ଯେ ବଲ୍ଲଭୀ ବଂଶର ମହାରାଜ ଗୁହାଦିତ୍ୟଙ୍କର ଏ ଅଷ୍ଟମ ବଂଶଧର ନାଗାଦିତ୍ୟଙ୍କ ପୁତ୍ର ଥିଲେ ଏ ଶିଶୁ ଥିବା ଅବସ୍ଥାରେ ଏହାଙ୍କ ପିତାଙ୍କୁ ଭିଲ୍ଲମାନେ ହତ୍ୟା କରିଥିଲେ ଓ ଏହାଙ୍କ ରକ୍ଷଣାବେକ୍ଷଣର ଭାର ଏହାଙ୍କ ମାତା ଓ ଜଣେ ବ୍ରାହ୍ମଣ ପୁରୋହିତ ଗ୍ରହଣ କରିଥିଲେ ଏ ପିଲାଦିନେ ଜଣେ ବ୍ରାହ୍ମଣର ଗାଈ ଚରାଉଥିଲେ; ସେହି ଅବସ୍ଥାରେ ଏ ରୀତ ନାମକ ଋଷିଙ୍କୁ ଭେଟିଲେ ଓ ତାଙ୍କଠାରୁ ଶିବଦୀକ୍ଷା ଗ୍ରହଣ କରି 'ଏକଲିଙ୍ଗ' ନାମକ ଶିବବିଗ୍ରହଙ୍କୁ ପୂଜା କଲେ ଏ ଚିତୋରକୁ ଆସି ସେଠାରେ ରାଜ୍ୟସ୍ଥାପନ କଲେ ଏ ମେବାର ରାଜବଂଶର ଆଦି ପୁରୁଷ ଥିଲେ ଟଡ୍ ସାହେବ ଏହାଙ୍କ ଜନ୍ମକାଳ344ଖ୍ରୀଷ୍ଟାବ୍ଦ ଥିବାର କଳ୍ପନା କରନ୍ତି—ହି. ଶ.]