ବାନ୍ଧିବା Bāndibā
- ଦେ. କ୍ରି—(ସଂ. ବନ୍ଧୁ. ଧାତୁ) — ରଜ୍ଜୁଦ୍ୱାରା ବନ୍ଧନ କରବା — To tie; to bind with a rope
- ଦେ. କ୍ରି—(ସଂ. ବନ୍ଧୁ. ଧାତୁ) — ଶୃଙ୍ଖଳିତ କରିବା — To enchain
- ଦେ. କ୍ରି—(ସଂ. ବନ୍ଧୁ. ଧାତୁ) — ନୌକାଦିକୁ କୂଳ ନିକଟସ୍ଥ ବୃକ୍ଷ ବା କୀଳା ସହିତ ଦଉଡ଼ିଦ୍ୱାରା ସଂଯୋଗ କରିବା; ଖଟାଇବା — To tie up a boat to a peg or a tree
- ଦେ. କ୍ରି—(ସଂ. ବନ୍ଧୁ. ଧାତୁ) — ଗଣ୍ଠିରି କରିବା; ବୋକଚା କରିବା; ଲୁଗାପଟା ବା କୌଣସି ପଦାର୍ଥକୁ ଗଣ୍ଠିରିରେ ଏକତ୍ର କରିବା — To tie up a thing into a packet; to pack up
- ଦେ. କ୍ରି—(ସଂ. ବନ୍ଧୁ. ଧାତୁ) — କାନ୍ଦୁଥା, ଯାହା ପାଉଥିବୁ ବାନ୍ଧୁ ଥା—ଢଗ ।
- ଦେ. କ୍ରି—(ସଂ. ବନ୍ଧୁ. ଧାତୁ) — ଜଟ ପାଡ଼ିବା; କେଶ ରଚନା କରିବା; ମଥାର କେଶଗୁଚ୍ଛକୁ ଫିତା ଆଦିଦ୍ୱାରା ବନ୍ଧନ କରି ସଜ୍ଜିତ କରିବା — To tie the hair of the head into a knot or chignon or plait
- ଦେ. କ୍ରି—(ସଂ. ବନ୍ଧୁ. ଧାତୁ) — କହି ଜାଣିଲେ କଥା ସୁନ୍ଦର ବାନ୍ଧି ଜାଣିଲେ ମଥା ସୁନ୍ଦର—ଢଗ ।
- ଦେ. କ୍ରି—(ସଂ. ବନ୍ଧୁ. ଧାତୁ) — ଗୋରୁ ଆଦି ପଶୁକୁ ବା କୌଣସି ଜୀବକୁ ନେଇ ଖୁଣ୍ଟରେ ଖଟାଇବା — To tie up cows etc to a peg or post
- ଦେ. କ୍ରି—(ସଂ. ବନ୍ଧୁ. ଧାତୁ) — ବାନ୍ଧିଲା କଙ୍କଡ଼ା ପୁଅଙ୍କ ବଇରି—ଢଗ ।
- ଦେ. କ୍ରି—(ସଂ. ବନ୍ଧୁ. ଧାତୁ) — ପଦ ବା ଗୀତ ଆଦି ରଚନା କରିବା — To compose a song
- ଦେ. କ୍ରି—(ସଂ. ବନ୍ଧୁ. ଧାତୁ) — ଯୁଦ୍ଧ କରିବା ପାଇଁ ଦେହକୁ ଖଡ୍ଗ, କାତି ଆଦିଦ୍ୱାରା ସନ୍ନଦ୍ଧ କରିବା — To arm one's self with (Weapons)
- ଦେ. କ୍ରି—(ସଂ. ବନ୍ଧୁ. ଧାତୁ) — ହାତୀ ଲଢ଼ାଇବାକୁ ବାନ୍ଧିଲେ କାତି— କବିସୂର୍ଯ୍ୟ. କବିତା ।