ବାଦାମ Bādāma
- ବୈଦେ. ବି—(ଫା. ବାଦାମ୍; ତୁଳ. ସଂ. ବାତାଦ; ବାତାମ) — ତୈଳପ୍ରଦ ଫଳ ବୃକ୍ଷ ବିଶେଷ; କାବୁଲୀ ବାଦାମ — Almond; prunus Amygdalus; sweet almond
- ବୈଦେ. ବି—(ଫା. ବାଦାମ୍; ତୁଳ. ସଂ. ବାତାଦ; ବାତାମ) — [ଦ୍ର—ଏହା ଭାରତର ଉତ୍ତର ପଶ୍ଚିମ ପ୍ରାନ୍ତ ଓ ଆଫଗାନୀ ସ୍ଥାନର ବୃକ୍ଷ ବିଶେଷର ଫଳ ମଧ୍ୟସ୍ଥ ତୈଳମୟ ବୀଜ। ଏହି ଫଳ ଉପରେ କଠିଣ ଚୋପା ଥାଏ ଏବଂ ଭିତରେ ସୁଖାଦ୍ୟ ମକ୍କା (ଶସ) ଥାଏ। ଏହା କାବୁଲିମାନେ ବିକ୍ରୟ କରନ୍ତି। ବୈଦ୍ୟକ ଶାସ୍ତ୍ର ମତରେ ଏହା ଉଷ୍ଣବୀର୍ଯ୍ୟ, ସ୍ନିଗ୍ଧ, ବାୟୁନାଶକ, ଶୁକ୍ରବର୍ଦ୍ଧକ ଓ ଗୁରୁ; ବାଦାମ ମଞ୍ଜିର ମକ୍କା ବା ଶସ ମଧୁର ରସ, ଶୁକ୍ରବର୍ଦ୍ଧକ, ପିତ୍ତଘ୍ନ, ବାୟୁନାଶକ ଓ କଫକାରକ । ବାଦାମ ମଞ୍ଜିର ଶସକୁ ସାମାନ୍ୟ ମରିଚ ସଙ୍ଗେ ବାଟି ମିଶ୍ରିପଣା ସଙ୍ଗେ ପିଇଲେ ବହୁକାଳର କୋଷ୍ଠବଦ୍ଧ ରୋଗ ଦୂର ହୁଏ ।]
- ବୈଦେ. ବି—(ଫା. ବାଦାମ୍; ତୁଳ. ସଂ. ବାତାଦ; ବାତାମ) — ହରୀତକ୍ୟାଦି ବର୍ଗର ବୃକ୍ଷବିଶେଷ; ଦେଶୀ ବାଦାମ — Indian almond; Terminalia Catapha
- ବୈଦେ. ବି—(ଫା. ବାଦାମ୍; ତୁଳ. ସଂ. ବାତାଦ; ବାତାମ) — [ଦ୍ର— ଏହା ପ୍ରଥମେ ଆଣ୍ଡାମାନ ଦ୍ୱୀପରୁ ଏ ଦେଶକୁ ଆନୀତ ହୋଇଥିଲା । ଏହାର ପତ୍ର ଝଡ଼ିପଡ଼ିବା ପୂର୍ବରୁ ତୋଫା ନାଲିରଙ୍ଗ ହୁଏ । ଏ ଗଛର ଶାଖା ଗଛର ଗଣ୍ଡି ଚାରିପାଖେ ଆବର୍ତ୍ତାକାର ହୋଇ ବାହାରେ । ଏ ଫଳ ଆମ୍ବଡା ପରି କିନ୍ତୁ ଅଖାଦ୍ୟ । ଏହାର ମଞ୍ଜି ଭିତରର ପତଳା ଶସ ତୈଳପ୍ରଦ । ସେରେ ଶସରୁ ଅଧସେରେ ତେଲ ବାହାରେ । ଏହାକୁ ବିଲାତ ବା ଦେଶୀବାଦାମ ବୋଲି ସାଧାରଣ ଲୋକେ କହନ୍ତି । ଲୋକେ ଏହି ବାଦାମ ତେଲକୁ ଘିଅ ଓ ତେଲ ସଙ୍ଗେ ମିଶାଇ ବଜାରରେ ବିକନ୍ତି ।]
- ବୈଦେ. ବି—(ଫା. ବାଦାମ୍; ତୁଳ. ସଂ. ବାତାଦ; ବାତାମ) — ବାଜାଆମ୍ବ (ଦେଖ) — Bājā-āmba (See)
- ପ୍ରାଦେ. (ବାମଣ୍ଡା) ବି — ପିଜୁଳି — Guava