ବାଦା ଆମ୍ବା Bādā āmbā
- ବୈଦେ. ବି. (ଫ୍ରେଞ୍ଚ୍—ଆକାଜ; ମାଲୟ—ଆକାୟ; କାଯୁ=ଗଛ) — ଲଙ୍କା ଆମ୍ବ — The cashew nut; Anacardium Occidentale
- ବୈଦେ. ବି. (ଫ୍ରେଞ୍ଚ୍—ଆକାଜ; ମାଲୟ—ଆକାୟ; କାଯୁ=ଗଛ) — [ଦ୍ର—ଏହା ଆମ୍ରାଦି ବର୍ଗର ବୃକ୍ଷ; ଏହାର ଆଦି ନିବାସ ଦକ୍ଷିଣ ଆମେରିକା; ଏହାର ଫଳର ଡେମ୍ଫ ଖୁବ ମୋଟ ଓ ଫଳ ପରି ଦେଖାଯାଏ; ଏ ଡେମ୍ପ ପାଚିଲେ ନାଲି ବା ହଳଦିଆ ହୁଏ ଏବଂ ଏହାର ରସ ମିଠା ଓ କଷା। ଲୋକେ ଏହି ଫଳର ବେଣ୍ଟକୁ ଫଳ ବୋଲି ଓ ବେଣ୍ଟ ଆଗରେ ଲାଗିଥିବା ଫଳକୁ ମଞ୍ଜି ବୋଲି ମନେ କରନ୍ତି। ଏହି ମଞ୍ଜି ଆମ୍ବ ଆକୃତିର, ମାତ୍ର ଅତି କ୍ଷୁଦ୍ର ଓ ନୀଳାଭ; ଏହା କଠିନତ୍ୱକ ଦ୍ୱାରା ଆବୃତ। ଏହି ତ୍ୱକ୍ରେ ବିଷାକ୍ତ ତୈଳ ଥାଏ ଏବଂ ମଞ୍ଜି ଭିତରେ ସୁଖାଦ୍ୟ ଶସ ଥାଏ। ଏ ଗଛ ସମୁଦ୍ର ଉପକୁଳବର୍ତ୍ତୀ ବାଲିଆ ଜମିରେ ଉଧାଏ। ଏ ଫଳକୁ ନିଆଁରେ ପୋଡ଼ିଲେ ଚୋପାରୁ ତେଲ ବାହାରେ ଓ ପୋଡ଼ାଫଳ ଭିତରୁ ଶସ ବାହାରେ। କାଠ ଜିନିସ ଆଦିରେ ଏହି ତେଲ ବୋଳି ତହିଁରେ ଉଇ ଧରନ୍ତି ନାହିଁ।]