ବାଣୀ Bāṇī
- ସଂ. ବି. (ବଣ୍ ଧାତୁ=ଶବ୍ଦ କରିବା+କର୍ମ. ଇ+ସ୍ତ୍ରୀ. ଈ) — କଥା; ବାକ୍ୟ — Word; speech
- ସଂ. ବି. (ବଣ୍ ଧାତୁ=ଶବ୍ଦ କରିବା+କର୍ମ. ଇ+ସ୍ତ୍ରୀ. ଈ) — ବାଗ୍ଦେବୀ; ସରସ୍ୱତୀ — The Goddess of learning
- ସଂ. ବି. (ବଣ୍ ଧାତୁ=ଶବ୍ଦ କରିବା+କର୍ମ. ଇ+ସ୍ତ୍ରୀ. ଈ) — (+ଭାବ. ଇ)—ଲୁଗା ବୁଣିବା — Weaving
- ଦେ. ବି. (ସଂ. ବୀ ଧାତୁ=ବୁଣିବା) — ହେଁସ ବା ମୁନ୍ଦୁରା ବୁଣିବାରେ ବ୍ୟବହୃତ ସରୁ ଝୋଟ ଦଉଡ଼ା — Strings for weaving mats
- ଦେ. ବି. (ସଂ. ବୀ ଧାତୁ=ବୁଣିବା) — ଝୋଟର ସରୁ ସୁତୁଲି — Jute strings
- ଦେ. ବି. (ସଂ. ବୀ ଧାତୁ=ବୁଣିବା) — ଗୋରୁଙ୍କ ଦେହରେ ଦିଆଯାଇଥିବା ତାତିଲା ଲୁହାର ତଡ଼ୁ ବା ରେଖା — Lines drawn on the body of cattle with red-hot iron
- ଦେ. ବି. (ସଂ. ବୀ ଧାତୁ=ବୁଣିବା) — (ସଂ. ବାଣୀ) ଗୀତ ବୋଲିବାର ବୃତ୍ତ ବା ରାଗ — Air of a song
- ଦେ. ବି. (ସଂ. ବୀ ଧାତୁ=ବୁଣିବା) — ବଣିଆଙ୍କର ଅଳଙ୍କାରଗଢ଼ା ମଜୁରି — Goldsmith's wages for preparing ornaments
- ଦେ. ବି. (ସଂ. ବୀ ଧାତୁ=ବୁଣିବା) — ଲୁଗା ବୁଣିବା ମଜୁରୀ — Weaver's wages
- ପ୍ରାଦେ. (ଗଡ଼ଜାତ) ବି — ଟେକା ପରି ବଡ଼ ବଡ଼ ବାଲିଗେରେଡ଼ା — Big pebbles
- ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଲୋକେ ଏଥିରେ ମୁନ୍ଦୁରାବୁଣା ଦଉଡ଼ି ବାନ୍ଧି ସେହି ଦଉଡ଼ିକୁ ଝୁଲାଇ ରଖି ମୁନ୍ଦୁରା ବୁଣନ୍ତି।]