ବାଟ Bāṭa
- ସଂ. ବି. (ବଟ୍ ଧାତୁ=ବେଷ୍ଟନ କରିବା+ କର୍ମ. ଅ; ତୁଳ. ପ୍ରା. ବଟ୍ଟ) — ବେଷ୍ଟିତ ସ୍ଥାନ — A fenced place; enclosure
- ସଂ. ବି. (ବଟ୍ ଧାତୁ=ବେଷ୍ଟନ କରିବା+ କର୍ମ. ଅ; ତୁଳ. ପ୍ରା. ବଟ୍ଟ) — ମାର୍ଗ; ରାସ୍ତା; ପଥ — Road; way; path
- ସଂ. ବି. (ବଟ୍ ଧାତୁ=ବେଷ୍ଟନ କରିବା+ କର୍ମ. ଅ; ତୁଳ. ପ୍ରା. ବଟ୍ଟ) — ଜଗିଲେ ତାଙ୍କ ଯିବା ବାଟକୁ ତ୍ୱରା ହୋଇ—କୃଷ୍ଣସିଂହ, ମହାଭାରତ ବନ।
- ସଂ. ବି. (ବଟ୍ ଧାତୁ=ବେଷ୍ଟନ କରିବା+ କର୍ମ. ଅ; ତୁଳ. ପ୍ରା. ବଟ୍ଟ) — ମଣ୍ଡପ (ହି. ଶ.) — An open shade
- ସଂ. ବି. (ବଟ୍ ଧାତୁ=ବେଷ୍ଟନ କରିବା+ କର୍ମ. ଅ; ତୁଳ. ପ୍ରା. ବଟ୍ଟ) — ବାସ୍ତୁ (ହି. ଶ.) — Homestead
- ସଂ. ବି. (ବଟ୍ ଧାତୁ=ବେଷ୍ଟନ କରିବା+ କର୍ମ. ଅ; ତୁଳ. ପ୍ରା. ବଟ୍ଟ) — କୋଡ଼ଗାତ — Groin (Apte)
- ସଂ. ବି. (ବଟ୍ ଧାତୁ=ବେଷ୍ଟନ କରିବା+ କର୍ମ. ଅ; ତୁଳ. ପ୍ରା. ବଟ୍ଟ) — ଶସ୍ୟବିଶେଷ — A sort of grain (Apte)
- ଦେ. ବି. — (ଲକ୍ଷଣାର୍ଥ) ଉପାୟ; ପନ୍ଥା — (figurative) Way; means
- ଦେ. ବି. — ସୋମକ ବୋଇଲେ ସେ ବାଟ କହ ଭଲେ କରିବି ମୁହିଁ ତାହା ଅକର୍ତ୍ତବ୍ୟ ହେଲେ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. ବି. — ପ୍ରବେଶର ବା ବହିର୍ଗମନର ଦ୍ୱାର — Entrance or exit
- ଦେ. ବି. — ଦୂରତ୍ୱ — Distance
- ଦେ. ବି. — ଯାତ୍ରୀ ସଂଗ୍ରହ ନିମନ୍ତେ ପୁରୀ ପଣ୍ଡାଙ୍କର ଯିବା ଦୂରବିଦେଶ — Distant countries visited by pilgrim-hunters of Puri