ବାଘରା ମାଛି Bāgharā māchhi

  • ଦେ. ବି. — ଏକପ୍ରକାର ବଡ଼ ମହୁମାଛି — A species of big bees; Apis Dorsata
  • ଦେ. ବି. — [ଦ୍ର—ଏମାନଙ୍କର ନାହୁଡ଼ ଅଛି। ଏମାନେ ବଡ଼ ବଡ଼ ଫେଣା ବାନ୍ଧି ମହୁ କରନ୍ତି। କେହି ଏମାନଙ୍କ ଫେଣାକୁ ଭାଙ୍ଗିଲେ ଏମାନେ ତାକୁ ବେଢି ଯାଇ ଅତି କଲବଲ କରି ମାରନ୍ତି। ଏମାନଙ୍କ ଦଂଶନରେ ଆହତ ବ୍ୟକ୍ତିର ଦେହ ଗଡ଼କାଠ ପରି ଫୁଲିଯାଏ।]