ବାଘ ବଜାରି Bāgha bajāri
- ଦେ. ବି — ଭୂମିରେ ଗୋଟିଏ ଛକରେ 25 ଟି ଘର କାଟି ସେଥିରେ ଦୁଇ ଜଣ ଖେଳାଳିଙ୍କର ଖେଳିବା ଏକ ପ୍ରକାର ଖେଳ — ଭୂମିରେ ଗୋଟିଏ ଛକରେ25ଟି ଘର କାଟି ସେଥିରେ ଦୁଇ ଜଣ ଖେଳାଳିଙ୍କର ଖେଳିବା ଏକ ପ୍ରକାର ଖେଳ— An indoor game
- ଦେ. ବି — [ଦ୍ର—ଏ ଖେଳରେ ଦୁଇ ଜଣ ଖେଳାଳି ଖେଳନ୍ତି। ଭୂମିରେ ଗୋଟିଏ ବର୍ଗ କ୍ଷେତ୍ର ଅଙ୍କିତ କରାଯାଇ ତାକୁ ରେଖାପାତଦ୍ୱାରା 16 ଟି କ୍ଷୁଦ୍ର ବର୍ଗକ୍ଷେତ୍ରରେ ବିଭକ୍ତ କରାଯାଏ। ଲମ୍ବ ବାଗରେ ଓ ଚଉଡ଼ା ବାଗରେ ସମଦୂରସ୍ଥ 5 ଟି ଲେଖାଏଁ ରେଖା ଅଙ୍କନ କରି ଏ ଖେଳର ପାଲୀ କରାଯାଏ ଓ ସେ କ୍ଷେତ୍ରମାନଙ୍କୁ ଗୋଟିଏ ଲେଖାଏଁ କର୍ଣ୍ଣରେଖାଦ୍ୱାରା 32 ଟି ସମକୋଣୀ ତ୍ରିଭୁଜରେ ବିଭକ୍ତ କରାଯାଏ। କ୍ଷେତ୍ରମାନଙ୍କରେ ଗୋଟିଏ ଲେଖାଏଁ କର୍ଣ୍ଣରେଖା ଟଣାଯାଏ। ଛୋଟ ଛୋଟ ଉକ୍ତ 16 ଟି ବର୍ଗକ୍ଷେତ୍ର ଦ୍ୱାରା 25 ଟି ଛକ ଉତ୍ପନ୍ନ ହୁଏ। ଜଣେ ଖେଳାଳି 4 ଟି ବାଘସୂଚକ ବଡ଼ ଗୋ଼ଡ଼ି ବା କଉଡ଼ି ବା ମଞ୍ଜି ନିଏ। ଅନ୍ୟ ଜଣକ 20 ଟି ଛେଳିସୂଚକ ସାନ ଗୋଡ଼ି ବା ମଞ୍ଜି ନିଏ। ଖେଳାଳିମାନେ ନିଜ ନିଜର ସାରମାନଙ୍କୁ 24 ଟି ଛକରେ ବସାନ୍ତି ଓ ବାଘକୁ ଚଳିବା ପାଇଁ ଗୋଟିଏ ଛକ ଛାଡ଼ି ଦିଆଯାଏ। ତାହାକୁ ବାଘ ପାଣି ଖାଇବା ଘର ବୋଲାଯାଏ। ବାଘ ଓ ଛେଳିମାନେ ରେଖାମାନଙ୍କ ବାଟେ ଏକ ଛକରୁ ନିକଟବର୍ତ୍ତୀ ଛକକୁ ଚଳା ଯାଆନ୍ତି। ଯେବେ ଯେଉଁ ଛକରେ ବାଘ ସାର ଥାଏ ଓ ତା ପରବର୍ତ୍ତୀ ଛକରେ ଗୋଟିଏ ଛେଳି ସାର ଥାଏ, କିନ୍ତୁ ତତ୍ପରବର୍ତ୍ତୀ ଛକ ଶୂନ୍ଯ ଥାଏ। ତେବେ ବାଘ ଡେଇଁ ପଡ଼ି ଉକ୍ତ ଛେଳିକୁ ଖାଇଦିଏ ଓ ଛେଳିଟି ମରିଯାଏ। ଏହିପରି ଅତ୍ୟଧିକ ଛେଳିସାର ମରି ଗଲେ ବାଘର ଅଧିକାରୀ ଜିତେ। କିମ୍ବା ଯେବେ ଛେଳିସାରମାନଙ୍କୁ ଏପରି ଚଳାଯାଏ ଯେ ବାଘର ଛକଠାରୁ ପରବର୍ତ୍ତୀ ଦୁଇଟି ଛକ ଶୂନ୍ଯ ନ ରହେ ତେବେ ବାଘମାନେ ଆବଦ୍ଧ ହୋଇ ଅଚଳ ହୋଇ ଯାଆନ୍ତି ଓ ଛେଳିର ଅଧିକାରୀ ଜିତେ।] — [ଦ୍ର—ଏ ଖେଳରେ ଦୁଇ ଜଣ ଖେଳାଳି ଖେଳନ୍ତି ଭୂମିରେ ଗୋଟିଏ ବର୍ଗ କ୍ଷେତ୍ର ଅଙ୍କିତ କରାଯାଇ ତାକୁ ରେଖାପାତଦ୍ୱାରା16ଟି କ୍ଷୁଦ୍ର ବର୍ଗକ୍ଷେତ୍ରରେ ବିଭକ୍ତ କରାଯାଏ ଲମ୍ବ ବାଗରେ ଓ ଚଉଡ଼ା ବାଗରେ ସମଦୂରସ୍ଥ5ଟି ଲେଖାଏଁ ରେଖା ଅଙ୍କନ କରି ଏ ଖେଳର ପାଲୀ କରାଯାଏ ଓ ସେ କ୍ଷେତ୍ରମାନଙ୍କୁ ଗୋଟିଏ ଲେଖାଏଁ କର୍ଣ୍ଣରେଖାଦ୍ୱାରା32ଟି ସମକୋଣୀ ତ୍ରିଭୁଜରେ ବିଭକ୍ତ କରାଯାଏ କ୍ଷେତ୍ରମାନଙ୍କରେ ଗୋଟିଏ ଲେଖାଏଁ କର୍ଣ୍ଣରେଖା ଟଣାଯାଏ ଛୋଟ ଛୋଟ ଉକ୍ତ16ଟି ବର୍ଗକ୍ଷେତ୍ର ଦ୍ୱାରା25ଟି ଛକ ଉତ୍ପନ୍ନ ହୁଏ ଜଣେ ଖେଳାଳି4ଟି ବାଘସୂଚକ ବଡ଼ ଗୋ଼ଡ଼ି ବା କଉଡ଼ି ବା ମଞ୍ଜି ନିଏ ଅନ୍ୟ ଜଣକ20ଟି ଛେଳିସୂଚକ ସାନ ଗୋଡ଼ି ବା ମଞ୍ଜି ନିଏ ଖେଳାଳିମାନେ ନିଜ ନିଜର ସାରମାନଙ୍କୁ24ଟି ଛକରେ ବସାନ୍ତି ଓ ବାଘକୁ ଚଳିବା ପାଇଁ ଗୋଟିଏ ଛକ ଛାଡ଼ି ଦିଆଯାଏ ତାହାକୁ ବାଘ ପାଣି ଖାଇବା ଘର ବୋଲାଯାଏ ବାଘ ଓ ଛେଳିମାନେ ରେଖାମାନଙ୍କ ବାଟେ ଏକ ଛକରୁ ନିକଟବର୍ତ୍ତୀ ଛକକୁ ଚଳା ଯାଆନ୍ତି ଯେବେ ଯେଉଁ ଛକରେ ବାଘ ସାର ଥାଏ ଓ ତା ପରବର୍ତ୍ତୀ ଛକରେ ଗୋଟିଏ ଛେଳି ସାର ଥାଏ, କିନ୍ତୁ ତତ୍ପରବର୍ତ୍ତୀ ଛକ ଶୂନ୍ଯ ଥାଏ ତେବେ ବାଘ ଡେଇଁ ପଡ଼ି ଉକ୍ତ ଛେଳିକୁ ଖାଇଦିଏ ଓ ଛେଳିଟି ମରିଯାଏ ଏହିପରି ଅତ୍ୟଧିକ ଛେଳିସାର ମରି ଗଲେ ବାଘର ଅଧିକାରୀ ଜିତେ କିମ୍ବା ଯେବେ ଛେଳିସାରମାନଙ୍କୁ ଏପରି ଚଳାଯାଏ ଯେ ବାଘର ଛକଠାରୁ ପରବର୍ତ୍ତୀ ଦୁଇଟି ଛକ ଶୂନ୍ଯ ନ ରହେ ତେବେ ବାଘମାନେ ଆବଦ୍ଧ ହୋଇ ଅଚଳ ହୋଇ ଯାଆନ୍ତି ଓ ଛେଳିର ଅଧିକାରୀ ଜିତେ]