ବାଇବିଡ଼ଙ୍ଗ Bāibiṟḍ̠aṇga

  • ଦେ. ବି. (ସଂ. ବିଡ଼ଙ୍ଗ) — ଔଷଧ ଗୁଳ୍ମ ବିଶେଷ; ବିଡ଼ଙ୍ଗ — Embelia Robusta; embelia Ribes
  • ଦେ. ବି. (ସଂ. ବିଡ଼ଙ୍ଗ) — [ଦ୍ର—ଏହାର ଫଳ ଗୋଲମରିଚ ପରି। ଏହା କୃମି ଓ ଉଦରବାୟୁ ନାଶକ; ପତ୍ର ନିମ୍ନପୃଷ୍ଠ ଓ ରୋମଶ ଏହି ଗଛକୁ ଲୁଣିଲୁଣିଆ ଗଛ ମଧ୍ୟ ବୋଲାଯାଏ। ଏ ଗଛ ଦୁଇ ଜାତି। ଏକ ଜାତି ବୃହତ୍ ଲଟାଳିଆ ଗୁଳ୍ମ; ଚଟଗ୍ରାମ, ବୋମ୍ବେ, ସିଂହଳ, ଓ ବ୍ରହ୍ମଦେଶରେ ଜନ୍ମେ। ଅପର ଜାତି ଛୋଟ ତରୁ, ବଙ୍ଗ ବିହାର ଓଡ଼ିଶାରେ ଜନ୍ମେ। ଦୁଇ ଜାତିର ଫଳ ତ୍ରିମିଘ୍ନ ଓ ଉଦରବାୟୁ ନାଶକ। ବୈଦ୍ୟକ ମତରେ ଏହା କଟୂ, ତୀକ୍ଷ୍ଣ, ଉଷ୍ଣବୀର୍ଯ୍ୟ, ରୁକ୍ଷ, ଅଗ୍ନିକାରକ ଓ ଲଘୁ। ଏହା ଶୂଳ, ଉଦରାଧ୍ମାନ, ଉଦର ରୋଗ, ଶ୍ଳେଷ୍ମା, କୃମି, ବାତ ଓ ବିବନ୍ଧନାଶକ।]