ବାଇଢଙ୍କ Bāiḍhaṅka

  • ଦେ. ବି (ସଂ. ଅବ୍ୟଙ୍ଗା; ବାନରୀ) — ଶିମ୍ବାଦି ବର୍ଗର ଅରଣ୍ୟ ଜାତ ଲତା ବିଶେଷ — 1. A kind of wild nettle, the cowhage; cowitch; Mucuna Pruriens
  • ଦେ. ବି (ସଂ. ଅବ୍ୟଙ୍ଗା; ବାନରୀ) — [ଦ୍ର—ଶିମ୍ବ ଲତାର ପତ୍ର ପରି ଏହାର ଡେମ୍ଫକେ 3 ଟି ଲେଖାଏଁ ପତ୍ର ଥାଏ; ଛୁଇଁ ବଙ୍କା; ଲତାର ଓ ଛୁଇଁର ଦେହଯାକ ଲୋମ ପରି ଛୋଟ ଛୋଟ ବିଷାକ୍ତ କଣ୍ଟା ଥାଏ। ଖରାଦିନେ ପବନ ସାହାଯ୍ୟରେ ଉକ୍ତ ଲୋମଗୁଡ଼ିକ ଉଡ଼ି ଆସି ମନୁଷ୍ୟ ଦେହରେ ବାଜିଲେ ଦେହ କୁଣ୍ଡାଇ ହୋଇ ଫୁଲି ଯାଏ ଏବଂ ବିଶେଷ ଯନ୍ତ୍ରଣା ହୁଏ। ଏହାର ମଞ୍ଜି ବଡ଼ ବଡ଼ ଓ ବାଇଗଣି ରଙ୍ଗ ଯୁକ୍ତ। ବୈଦ୍ୟକ ମତରେ ଏହା ଶୁକ୍ର ଓ ରତିଶକ୍ତିବର୍ଦ୍ଧକ ଓ ବାତଘ୍ନ। ପାଉଁଶିଆ, କଳା ଓ ଧଳା ଭେଦରେ ଏ ଗଛ 3 ପ୍ରକାର। ଧଳା ଗଛର ଛୁଇଁରେ ରୋମ ନ ଥାଏ।] — [ଦ୍ର—ଶିମ୍ବ ଲତାର ପତ୍ର ପରି ଏହାର ଡେମ୍ଫକେ3ଟି ଲେଖାଏଁ ପତ୍ର ଥାଏ; ଛୁଇଁ ବଙ୍କା; ଲତାର ଓ ଛୁଇଁର ଦେହଯାକ ଲୋମ ପରି ଛୋଟ ଛୋଟ ବିଷାକ୍ତ କଣ୍ଟା ଥାଏ ଖରାଦିନେ ପବନ ସାହାଯ୍ୟରେ ଉକ୍ତ ଲୋମଗୁଡ଼ିକ ଉଡ଼ି ଆସି ମନୁଷ୍ୟ ଦେହରେ ବାଜିଲେ ଦେହ କୁଣ୍ଡାଇ ହୋଇ ଫୁଲି ଯାଏ ଏବଂ ବିଶେଷ ଯନ୍ତ୍ରଣା ହୁଏ ଏହାର ମଞ୍ଜି ବଡ଼ ବଡ଼ ଓ ବାଇଗଣି ରଙ୍ଗ ଯୁକ୍ତ ବୈଦ୍ୟକ ମତରେ ଏହା ଶୁକ୍ର ଓ ରତିଶକ୍ତିବର୍ଦ୍ଧକ ଓ ବାତଘ୍ନ ପାଉଁଶିଆ, କଳା ଓ ଧଳା ଭେଦରେ ଏ ଗଛ3ପ୍ରକାର ଧଳା ଗଛର ଛୁଇଁରେ ରୋମ ନ ଥାଏ]
  • ଦେ. ବି (ସଂ. ଅବ୍ୟଙ୍ଗା; ବାନରୀ) — (ଲକ୍ଷଣାର୍ଥ) ଦୁଷ୍ଟ ବା ଖଳ ବ୍ୟକ୍ତି; ଯେଉଁ ବ୍ୟକ୍ତି ପରର ଅନିଷ୍ଟ କରେ — (fig) A wicked person
  • ଦେ. ବି (ସଂ. ଅବ୍ୟଙ୍ଗା; ବାନରୀ) — ନିର୍ମୂଳୀ ଲତା ବିଶେଷ — Cuscuta Reflexa (Haines)
  • ଦେ. ବି (ସଂ. ଅବ୍ୟଙ୍ଗା; ବାନରୀ) — [ଦ୍ର—ଏହାର ଡଙ୍କ ସୁତା ପରି; ଫୁଲ ଧଳା ଏବଂ ସନ୍ଧ୍ୟାବେଳେ ବାସେ।]