ବହ୍ଲା Bahlā
- ଦେ. ବିଣ. — ଯେଉଁ ଲୋକ ଅଚିନ୍ତା ହୋଇ ଖାଇ ପିଇ ହୃଷ୍ଟପୁଷ୍ଟାଙ୍ଗ ହୋଇଥାଏ — One who grows corpulent having no anxiety
- ଦେ. ବିଣ. — ବିଶେଷ ହୃଷ୍ଟପୁଷ୍ଟ ହୋଇ ବଢୁଥିବା (ଲତା, ବୃକ୍ଷାଦି) — Growing up over luxuriantly; over-luxuriant; exuberant. (said of plants and creepers on a very rich soil)
- ଦେ. ବିଣ. — [ଦ୍ର—ଜମିରେ ବିଶେଷ ସାର ଥିଲେ ଗଛଗୁଡ଼ିକ ବହ୍ଲା ହୋଇ ବଢ଼ି ଯାଏ, ମାତ୍ର ଉକ୍ତ ବହ୍ଲା ଗଛରୁ ଉତ୍ପନ୍ନ ଫଳ ସଧାରଣ ଗଛର ଫଳ ଅପେକ୍ଷା କମ୍ ହୁଏ।]