ବହୁବ୍ରୀହି Bahubrīhi
- ସଂ. ବି. (ବ୍ୟାକରଣ) (ବହୁ+ବ୍ରୀହି=ଶସ୍ୟ) — ସମାସ ବିଶେଷ, ଯେଉଁ ସମାସରେ ଅନ୍ୟ ପଦର ପ୍ରାଧାନ୍ୟ ରହେ; (ଯେଉଁ ପଦମାନଙ୍କଦ୍ୱାରା ସମସ୍ତ ପଦଟି ଗଠିତ ହୁଏ ଉକ୍ତ ସମସ୍ତ ପଦ ତଦନ୍ତର୍ଗତ ଭିନ୍ନ ଭିନ୍ନ ପଦର ଅର୍ଥକୁ ନ ବୁଝାଇ ଅନ୍ୟ ଅର୍ଥ ପ୍ରକାଶ କଲେ ବହୁବ୍ରୀହି ସମାସ ହୁଏ) — A form of grammatical attributive compound
- ସଂ. ବି. (ବ୍ୟାକରଣ) (ବହୁ+ବ୍ରୀହି=ଶସ୍ୟ) — [ଦ୍ର—ବହୁବ୍ରୀହି ସମାସ ନାନବିଧ; ତନ୍ମଧରୁ ଏହି କେତୋଟି ପ୍ରଧାନ, ଯଥା—ଦ୍ୱିତୀୟାନ୍ୟପଦାର୍ଥ—ଆରୁଢ଼ବାନର—ଆରୂଢ଼ ହୋଇଅଛି ବାନର ଯାହାକୁ। ତୃତୀୟାନ୍ୟପଦାର୍ଥ;—ଜିତେନ୍ଦ୍ରିୟ— ଜିତ ହୋଇଅଛି ଇନ୍ଦ୍ରିୟ ଯାହାଦ୍ୱାରା। ଚତୁର୍ଥାନ୍ୟପଦାର୍ଥ;— ଦତ୍ତୋପଦେଶ—ଦତ୍ତ ହୋଇଅଛି ଉପଦେଶ ଯାହାକୁ। ପଞ୍ଚମ୍ୟନ୍ୟ ପଦାର୍ଥ;—ନିରତିଶୟ—ନାହିଁ ଅତିଶୟ ଯାହାଠାରୁ। ଷଷ୍ଠ୍ୟନ୍ୟ— ପଦାର୍ଥ;—ଲମ୍ବୋଦର—ଲମ୍ବ ଉଦର ଯାହାର। ସପ୍ତମାନ୍ୟ— ପଦାର୍ଥ;—ନିର୍ଜନ—ନାହିଁ ଜନ ଯେଉଁଠାରେ। ସାଧାରଣତଃ ବହୁବ୍ରୀହି ସମାସନିଷ୍ପନ୍ନ ପଦ ବିଶେଷଣ ହୁଏ, କିନ୍ତୁ ସମୟ ସମୟରେ ଉକ୍ତ ପଦ ଉକ୍ତ ବିଶେଷଣ ଗୁଣଧାରୀ ବ୍ୟକ୍ତି ବା ବସ୍ତୁକୁ ବୁଝାଏ, ଯଥା—ଚକ୍ରପାଣି, ଚତୁର୍ମୁଖ, ଶଶିମୌଳି।]
- ସଂ. ବିଣ — ଯାହାର ବହୁତ ଶସ୍ୟ ଥାଏ — Having an abundant supply of grain