ବହିର୍ଦ୍ଦେଶ ଯିବା Bahirddeṡa j̄ibā
- ଦେ. କ୍ରି — ଝାଡ଼ା ଫେରିବାକୁ ଯିବା — To go out to answer the calls of nature
- ଦେ. କ୍ରି — [ଦ୍ର—ପୂର୍ବେ ପାଇଖାନାର ପ୍ରଚଳନ ନ ଥିଲା। ଲୋକେ ମଳ— ତ୍ୟାଗ କରିବାକୁ ଗ୍ରାମର ବହିର୍ଦେଶକୁ ଯାଉଥିଲେ। ଏଣୁ 'ବହିର୍ଦେଶ' 'ପୋଖରିପାଣି' 'ବାହାରକୁ' ବା 'ମଇଦାନ' ଯିବା ଆଦି ଶବ୍ଦ ମଳତ୍ୟାଗ କରିବା ଅର୍ଥରେ ବ୍ୟବହୃତ ହୋଇଅଛି ଓ ହିନ୍ଦିରେ ଗ୍ରାମ ବାହାରର ଝାଡ଼ ଜଙ୍ଗଲରୁ ଝାଡ଼ାଫୀରନା, ଝାଡ଼େଜଙ୍ଗଲ ଜାନା ଓ ବଙ୍ଗଳାରେ ବାହ୍ୟ ଯାଓୟା ଶବ୍ଦମାନଙ୍କର ବ୍ୟବହାର ହୋଇଅଛି। ମଳତ୍ୟାଗାନ୍ତେ ଲୋକେ ଶୌଚ କରିବାକୁ ପୁଷ୍କରିଣୀ ଓ ନଦୀ ଆଦିକୁ ଯିବାରୁ ଓଡ଼ିଆରେ ପୋଖରୀ ଯିବା ଓ ହିନ୍ଦୀରେ ପୋଖର୍ଜାନା, ନଦୀ ଜାନା ମଳତ୍ୟାଗ କରିବା ଅର୍ଥ ବୋଲାଯାଏ।]