ବହର Bahara
- ବୈଦେ. ବି. (ଆ. ବହର୍=ଉପସାଗର; ସମୁଦ୍ର, ଜାହାଜ; ତୁଳ. ସଂ. ବହଳ=ନୌକା) — ଜାହାଜ — Ship
- ବୈଦେ. ବି. (ଆ. ବହର୍=ଉପସାଗର; ସମୁଦ୍ର, ଜାହାଜ; ତୁଳ. ସଂ. ବହଳ=ନୌକା) — ଜଳଯାନ ସମୂହ — A fleet of ships
- ଦେ. ବି — (ସଂ. ଗଭୀର) ଜଳର ଗଭୀରତା — Depth of water
- ଦେ. ବି — (ସଂ. ବିସ୍ତାର) ଲୁଗାର ପ୍ରସ୍ଥ ବା ଓସାର — Breadth; width
- ଗ୍ରା. ବି — (ସଂ. ବୃତ୍ତାକାର) ଚକ୍ରାକାର ବା ବୁଲାଣିଆ ରାସ୍ତା — Winding path
- ଗ୍ରା. ବି — (ଇତର ଲୋକଙ୍କ ଉଚ୍ଚାରଣ ଦୋଷ; ଳ ସ୍ଥାନରେ ର ଉଚ୍ଚାରଣ)—ବହଳ — Thickness