ବସା କରିବା Basā karibā
- ଦେ. କ୍ରି. — (ପକ୍ଷୀ) ନୀଡ଼ ନିର୍ମାଣ କରିବା — To build a nest (said of a bird.)
- ଦେ. କ୍ରି. — (ଯଥା—ବାୟାଚଢ଼େଇ ତାଳ ଗଛ ଅଗରେ ବସା କରିଛି।)
- ଦେ. କ୍ରି. — ଅସ୍ଥାୟୀଭାବରେ ବାସ କରିବା — To take up one's lodgings; to board at
- ଦେ. କ୍ରି. — ସେନାବିନ୍ଦୁ ପୁରରେ ଦେବ ପ୍ରସ୍ଥେ ବସା କରି ଅରଜୁନ ହରିଲେ ବହୁ ନିଶା। କୃଷ୍ଣସିଂହ. ମହାଭାରତ ସଭା।
- ଦେ. କ୍ରି. — ବାସ କରିବା; ସ୍ଥାୟୀଭାବରେ ରହିବା — To live; to take up one's residence
- ଦେ. କ୍ରି. — (ଯଥା—ତା ମୁଣ୍ଡରେ ଉକୁଣି ବସା କଲେଣି।)
- ଦେ. କ୍ରି. — ସର୍ବଦା ଉପସ୍ଥିତ ରହିବା — To be present always
- ଦେ. କ୍ରି. — (ଯଥା—ତା ଜିଭ ଅଗରେ ଖରାପ କଥା ବସା କଲାଣି।)
- ଦେ. କ୍ରି. — ବସା ଘର ସ୍ଥିର କରିବା — To settle one's lodgings
- ଦେ. କ୍ରି. — (ଯଥା—ରାଜା କଲିକତା ଯିବା ଆଗରୁ ମେନେଜର ଯାଇ ବସା କରନ୍ତୁ।)