ବଳି ପଡ଼ିବା Baḻi paṟḍ̠ibā
- ଦେ. କ୍ରି — (ସଂ. ବଳି) (ପଶୁ) ଦେବତାଙ୍କ ଆଗରେ ବଳିରୂପେ ହାଣ ଖାଇବା; ବୋଦା ପଡ଼ିବା — To be killed or slain before a Deity as a victim
- ଦେ. କ୍ରି — (ସଂ. ବହୁଳ) ବହକି ପଡ଼ିବା; ଅଧିକା ହେବା; ଉଦ୍ବୃତ୍ତ ରହିବା — To be in excess; to exceed; to outstand; to remain over
- ଦେ. କ୍ରି — ଟପିଯିବା; ଅତିକ୍ରମ କରିଯିବା — To outrun; to pass over
- ଦେ. କ୍ରି — ବୃଦ୍ଧି ପାଇବା — To increase
- ଦେ. କ୍ରି — ଏହା ଶୁଣି ବଳି ପଡ଼ିଛି ମୋ ଉତ୍ସାହ— କୃଷ୍ଣସିଂହ ମହାଭାରତ ବନ।
- ଦେ. କ୍ରି — ସୀମା ଅତିକ୍ରମ କରିବା — To pass beyond bounds; to exceed the limit
- ଦେ. କ୍ରି — ଗୁପତେ ସିନା ମୁଁ ତୋତେ ପଚାରୁଛି ବଳିପଡ଼ିବାରୁ ବ୍ଯଥା— କବିସୂର୍ଯ୍ୟ କିଶୋରୀଚମ୍ପୂ ଚ ଗୀତ।
- ଦେ. କ୍ରି — ଅସହ୍ୟ ହେବା — To be unbearable
- ଦେ. କ୍ରି — ସର୍ବାପେକ୍ଷା ଅଧିକ ହେବା — To preponderate
- ଦେ. କ୍ରି — ଏହିରୂପେ ବିଚାରୁ ବଳିପଡ଼ି ଶୋକ ଗିଳିଦେଲା ଦମୟନ୍ତୀଙ୍କର ବିବେକ—କୃଷ୍ଣସିଂହ ମହାଭାରତ ବନ।