ବଲ୍ଲଭାଚାର୍ୟ୍ୟ Ballabhāchārj̄ya
- ଦେ. ବି. (ନାମ) (ବଲ୍ଲଭ+ଆଚାର୍ଯ୍ୟ)— ବୈଷ୍ଣବ ଧର୍ମ ସଂସ୍କାରକ ଓ ବଲ୍ଲଭ ସଂପ୍ରଦାୟର ପ୍ରବର୍ତ୍ତକ — Name of a Ba̲i̱shṇaba reformer of the 16 th century
- ଦେ. ବି. (ନାମ) (ବଲ୍ଲଭ+ଆଚାର୍ଯ୍ୟ)— [ଦ୍ର—ଏ ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀର ଆଦ୍ୟଭାଗରେ ଉତ୍ତରଭାରତରେ ବୈଷ୍ଣବ ମତ ପ୍ରଚାର କରିଥିଲେ। ଏହାଙ୍କ ଧର୍ମମତ ଏହି ଯେ ପୃଥିବୀ ଉପଭୋଗର ସ୍ଥାନ ଓ ଧର୍ମାଚରଣରେ ଶାରିରୀକ ନିଗ୍ରହର ପ୍ରୟୋଜନ ନାହିଁ—ସୁବଳ ଚନ୍ଦ୍ର। ଚୁନରାଗଡ଼ ପାଖେ ବାଟରେ ପଡ଼ିଥିବା ଗୋଟିଏ ଶିଶୁକୁ ଲକ୍ଷ୍ମଣ ଭଟ୍ଟ ନାମକ ଜଣେ ବ୍ରାହ୍ମଣ ପାଇ ନିଜ ଘରକୁ ଆଣି ପାଳିଲେ। ଲକ୍ଷ୍ମଣ ମରିଯିବାରୁ ଉକ୍ତ ବାଳକ ବିଷ୍ଣୁ ସ୍ୱାମୀଙ୍କ ମନ୍ଦିରକୁ ଯାଇ ଦୀକ୍ଷା ଗ୍ରହଣ କଲେ; ପରେ କାଶୀକୁ ଯାଇ ସନ୍ୟାସ ଗ୍ରହଣ କଲେ; ପରେ ସନ୍ନ୍ୟାସ ତ୍ୟାଗ କରି ଗୃହସ୍ଥ ହେଲେ। ଏ ଆଡ଼ମ୍ବର ସହକାରେ ରାଧାକୃଷ୍ଣଙ୍କ ପୂଜା କରୁଥିଲେ। ଏ ବିଶୁଦ୍ଧାଦ୍ୱୈତାବାଦ ମତର ପ୍ରତିଷ୍ଠା କଲେ—ଜନ୍ମ ଖ୍ରୀ. 1472 ମୃତ୍ୟୁ 1537 —ହି. ଶ।] — [ଦ୍ର—ଏ ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀର ଆଦ୍ୟଭାଗରେ ଉତ୍ତରଭାରତରେ ବୈଷ୍ଣବ ମତ ପ୍ରଚାର କରିଥିଲେ ଏହାଙ୍କ ଧର୍ମମତ ଏହି ଯେ ପୃଥିବୀ ଉପଭୋଗର ସ୍ଥାନ ଓ ଧର୍ମାଚରଣରେ ଶାରିରୀକ ନିଗ୍ରହର ପ୍ରୟୋଜନ ନାହିଁ—ସୁବଳ ଚନ୍ଦ୍ର ଚୁନରାଗଡ଼ ପାଖେ ବାଟରେ ପଡ଼ିଥିବା ଗୋଟିଏ ଶିଶୁକୁ ଲକ୍ଷ୍ମଣ ଭଟ୍ଟ ନାମକ ଜଣେ ବ୍ରାହ୍ମଣ ପାଇ ନିଜ ଘରକୁ ଆଣି ପାଳିଲେ ଲକ୍ଷ୍ମଣ ମରିଯିବାରୁ ଉକ୍ତ ବାଳକ ବିଷ୍ଣୁ ସ୍ୱାମୀଙ୍କ ମନ୍ଦିରକୁ ଯାଇ ଦୀକ୍ଷା ଗ୍ରହଣ କଲେ; ପରେ କାଶୀକୁ ଯାଇ ସନ୍ୟାସ ଗ୍ରହଣ କଲେ; ପରେ ସନ୍ନ୍ୟାସ ତ୍ୟାଗ କରି ଗୃହସ୍ଥ ହେଲେ ଏ ଆଡ଼ମ୍ବର ସହକାରେ ରାଧାକୃଷ୍ଣଙ୍କ ପୂଜା କରୁଥିଲେ ଏ ବିଶୁଦ୍ଧାଦ୍ୱୈତାବାଦ ମତର ପ୍ରତିଷ୍ଠା କଲେ—ଜନ୍ମ ଖ୍ରୀ.1472ମୃତ୍ୟୁ1537—ହି. ଶ]