ବର୍ତ୍ତିବା Brttibā
- ଦେ. କ୍ରି. (ସଂ. ବୃତ୍ ଧାତୁ) — ବଞ୍ଚିବା; ବଞ୍ଚି ରହିବା — To live; to exist
- ଦେ. କ୍ରି. (ସଂ. ବୃତ୍ ଧାତୁ) — ଅଳପଭୋଗେ ଆତ୍ମା ତୋଷ। ବର୍ତ୍ତଇ ଅବା ଉପବାସେ। ଜଗନ୍ନାଥ. ଭାଗବତ।
- ଦେ. କ୍ରି. (ସଂ. ବୃତ୍ ଧାତୁ) — ମୃତ୍ୟୁମୁଖରୁ ବଞ୍ଚିଯିବା — To escape with life; to survive
- ଦେ. କ୍ରି. (ସଂ. ବୃତ୍ ଧାତୁ) — ବେନିବାର କି କି ପ୍ରକାରେ ବର୍ତ୍ତିଲେ ଏବେ ତୋ ଶରେ ନେବେ ପ୍ରାଣ। ବିଶ୍ୱନାଥ. ବିଚିତ୍ରରାମାୟଣ।
- ଦେ. କ୍ରି. (ସଂ. ବୃତ୍ ଧାତୁ) — ବିପଦରୁ ଉଦ୍ଧାର ପାଇବା — To escape form danger
- ଦେ. କ୍ରି. (ସଂ. ବୃତ୍ ଧାତୁ) — ଜାତ ହେବା — To take birth; to be born
- ଦେ. କ୍ରି. (ସଂ. ବୃତ୍ ଧାତୁ) — ବୋଲେ ପ୍ରସନ୍ନେ ସନତ୍କୁମାର ପେଶକେ ବର୍ତ୍ତିବେ ଯେ ଭାରର କୋଶଳେ କୁଶଳେ। ଭଞ୍ଜ. ବୈଦେହୀଶବିଳାସ।
- ଦେ. କ୍ରି. (ସଂ. ବୃତ୍ ଧାତୁ) — ତିଷ୍ଠିବା; ସ୍ଥିର ହୋଇ ରହିବା — To stand; to remain unchanged
- ଦେ. କ୍ରି. (ସଂ. ବୃତ୍ ଧାତୁ) — ପ୍ରତାରଣା ବର୍ତ୍ତି ନ ପାରେ ତା ଆଗେ। ରାଧାନାଥ, ଦରବାର।
- ଦେ. କ୍ରି. (ସଂ. ବୃତ୍ ଧାତୁ) — ଫାବିବା — To be attributed to; to fall on the shoulders of
- ଦେ. କ୍ରି. (ସଂ. ବୃତ୍ ଧାତୁ) — (ଯଥା—ଏ ବିଷୟରେ ତାଙ୍କଠାରେ ଦୋଷ ବର୍ତ୍ତିବ ନାହିଁ।)
- ଦେ. କ୍ରି. (ସଂ. ବୃତ୍ ଧାତୁ) — ଜୀବନଯାତ୍ରା ନିର୍ବାହ କରିବା — To eke out one's existence