ବର୍ତ୍ତମାନ Bartta māna
- ସଂ. ବି.—(ବୃତ ଧାତୁ+କର୍ତ୍ତୃ. ଆନ) — ବିଦ୍ୟମାନ; ଉପସ୍ଥିତ — Present; existing
- ସଂ. ବି.—(ବୃତ ଧାତୁ+କର୍ତ୍ତୃ. ଆନ) — ଦୂତପଣକୁ ତୁହି ସେ ବର୍ତ୍ତମାନ—ପ୍ରାଚୀ. ନଳଚରିତ।
- ସଂ. ବି.—(ବୃତ ଧାତୁ+କର୍ତ୍ତୃ. ଆନ) — ଜୀବିତ — Living; alive
- ସଂ. ବି.—(ବୃତ ଧାତୁ+କର୍ତ୍ତୃ. ଆନ) — ପ୍ରଚଳିତ — Current; in use
- ସଂ. ବି.—(ବୃତ ଧାତୁ+କର୍ତ୍ତୃ. ଆନ) — ଆଧୁନିକ (ହି. ଶ.) — Modern
- ସଂ. ବି. — ଅପରିସମାପ୍ତ କ୍ରିୟାର କାଳ; ଉପସ୍ଥିତ ସମୟ — The present time
- ସଂ. ବି. — (ବ୍ୟାକରଣ) ଧାତୁର ଅପରିସମାପ୍ତ କ୍ରିୟାର କାଳ — (grammar) The present tense
- ସଂ. ବି. — [ଦ୍ର—କୈଣସି କ୍ରିୟା ଆରବ୍ଧ ହୋଇ ଚଳୁଥିବା ଓ ସମାପ୍ତ ହୋଇ ନ ଥିବା ଅବସ୍ଥା ବର୍ତ୍ତମାନକାଳ ଦ୍ୱାରା ପ୍ରକାଶିତ ହୁଏ; ଯଥା—ସେ ଖାଉଛି= କ୍ରିୟା ଆରମ୍ଭ ହୋଇ ଚଳୁଅଛି ଓ ତାହା ସମାପ୍ତ ହୋଇ ନାହିଁ। ଏହାକୁ ବ୍ୟାକରଣରେ 'ସାମାନ୍ୟ ବା ବିଶୁଦ୍ଧ ବର୍ତ୍ତମାନ' ବୋଲାଯାଏ। ଯେଉଁ କ୍ରିୟାର ପ୍ରୟୋଗଦ୍ୱାରା କାର୍ଯ୍ୟର ନିତ୍ୟପ୍ରବୃତ୍ତି ପ୍ରକାଶିତ ହୁଏ, ତାକୁ 'ନିତ୍ୟପ୍ରବୃତ୍ତ ବର୍ତ୍ତମାନ' ବୋଲାଯାଏ; ଯଥା—ମୁଁ ସନ୍ଧ୍ୟା 8 ଟା ବେଳେ ଶୁଏଁ=ମୁଁ ପ୍ରତିଦିନ ସନ୍ଧ୍ୟା 8 ଟା ବେଳେ ଶୟନ କରେ। ଏହା ନିତ୍ୟପ୍ରବୃତ୍ତ ବର୍ତ୍ତମାନର ଉଦାହରଣ। ଯେଉଁ କ୍ରିୟାଦ୍ୱାରା ବୃତାବିରତତା ବୁଝା ଯାଏ ତାକୁ 'ବୃତ୍ତାବିରତ ବର୍ତ୍ତମାନ' ବୋଲାଯାଏ। ଯଥା କିଲ୍ଲା— ପଡିଆରେ ଘୋଡ଼ାଦୌଡ଼ ହୁଏ=କିଲ୍ଲା ପଡିଆରେ ପୂର୍ବେ ଘୋଡ଼ା— ଦୌଡ ହେଉଥିଲା, ଆଜିକାଲି ହେଉଅଛି ଓ ପୁଣି ପରେ ହେବ। ଯେଉଁ କ୍ରିୟାଦ୍ୱାରା କୌଣସି ଉପସ୍ଥିତ କ୍ରିୟାର ସମ୍ଭାବନା ବୁଝାଯାଏ ତାକୁ 'ସାମ୍ଭାବ୍ୟ—ବର୍ତ୍ତମାନ' ବୋଲାଯାଏ; ଯଥା—ଜଗବନ୍ଧୁ ଆଜି ଗ୍ରାମରୁ ଆସିଥିଲେ ମୁଁ ଆଜି ଗ୍ରାମକୁ ଯାଇଥାଆନ୍ତି। ଯହିଁରେ ଅନୁମାନ ସୂଚିତ ହୁଏ, ତାହା 'ଆନୁମାନିକ ବର୍ତ୍ତମାନ'; ଯଥା—ମୁଁ ତାକୁ ପତ୍ର ଲେଖିଥିଲି, ସେ ଆଜି ତହିଁର ଉତ୍ତର ଦେଉଥିବ। ଏହିପରି ବିଭିନ୍ନ ବୈୟାକରଣିକମାନେ ବର୍ତ୍ତମାନକାଳକୁ କେତେ ଶ୍ରେଣୀରେ ବିଭକ୍ତ କରିଅଛନ୍ତି।] — [ଦ୍ର—କୈଣସି କ୍ରିୟା ଆରବ୍ଧ ହୋଇ ଚଳୁଥିବା ଓ ସମାପ୍ତ ହୋଇ ନ ଥିବା ଅବସ୍ଥା ବର୍ତ୍ତମାନକାଳ ଦ୍ୱାରା ପ୍ରକାଶିତ ହୁଏ; ଯଥା—ସେ ଖାଉଛି= କ୍ରିୟା ଆରମ୍ଭ ହୋଇ ଚଳୁଅଛି ଓ ତାହା ସମାପ୍ତ ହୋଇ ନାହିଁ ଏହାକୁ ବ୍ୟାକରଣରେ 'ସାମାନ୍ୟ ବା ବିଶୁଦ୍ଧ ବର୍ତ୍ତମାନ' ବୋଲାଯାଏ ଯେଉଁ କ୍ରିୟାର ପ୍ରୟୋଗଦ୍ୱାରା କାର୍ଯ୍ୟର ନିତ୍ୟପ୍ରବୃତ୍ତି ପ୍ରକାଶିତ ହୁଏ, ତାକୁ 'ନିତ୍ୟପ୍ରବୃତ୍ତ ବର୍ତ୍ତମାନ' ବୋଲାଯାଏ; ଯଥା—ମୁଁ ସନ୍ଧ୍ୟା8ଟା ବେଳେ ଶୁଏଁ=ମୁଁ ପ୍ରତିଦିନ ସନ୍ଧ୍ୟା8ଟା ବେଳେ ଶୟନ କରେ ଏହା ନିତ୍ୟପ୍ରବୃତ୍ତ ବର୍ତ୍ତମାନର ଉଦାହରଣ ଯେଉଁ କ୍ରିୟାଦ୍ୱାରା ବୃତାବିରତତା ବୁଝା ଯାଏ ତାକୁ 'ବୃତ୍ତାବିରତ ବର୍ତ୍ତମାନ' ବୋଲାଯାଏ ଯଥା କିଲ୍ଲା— ପଡିଆରେ ଘୋଡ଼ାଦୌଡ଼ ହୁଏ=କିଲ୍ଲା ପଡିଆରେ ପୂର୍ବେ ଘୋଡ଼ା— ଦୌଡ ହେଉଥିଲା, ଆଜିକାଲି ହେଉଅଛି ଓ ପୁଣି ପରେ ହେବ ଯେଉଁ କ୍ରିୟାଦ୍ୱାରା କୌଣସି ଉପସ୍ଥିତ କ୍ରିୟାର ସମ୍ଭାବନା ବୁଝାଯାଏ ତାକୁ 'ସାମ୍ଭାବ୍ୟ—ବର୍ତ୍ତମାନ' ବୋଲାଯାଏ; ଯଥା—ଜଗବନ୍ଧୁ ଆଜି ଗ୍ରାମରୁ ଆସିଥିଲେ ମୁଁ ଆଜି ଗ୍ରାମକୁ ଯାଇଥାଆନ୍ତି ଯହିଁରେ ଅନୁମାନ ସୂଚିତ ହୁଏ, ତାହା 'ଆନୁମାନିକ ବର୍ତ୍ତମାନ'; ଯଥା—ମୁଁ ତାକୁ ପତ୍ର ଲେଖିଥିଲି, ସେ ଆଜି ତହିଁର ଉତ୍ତର ଦେଉଥିବ ଏହିପରି ବିଭିନ୍ନ ବୈୟାକରଣିକମାନେ ବର୍ତ୍ତମାନକାଳକୁ କେତେ ଶ୍ରେଣୀରେ ବିଭକ୍ତ କରିଅଛନ୍ତି]
- ସଂ. ବି. — ବୃତ୍ତାନ୍ତ; ସମାଚାର (ହି. ଶ.) — Tidings; narrative
- ସଂ. ବି. — ଚଳନ୍ତି ବ୍ୟବହାର (ହି. ଶ) — Current practice
- ସଂ. କ୍ରି. ବିଣ. — ଏଇଲାଗେ — Now; at present;
- ସଂ. କ୍ରି. ବିଣ. — ଅଧୁନା — Just now; now a days