ବରୁଣ Baruṇa
- ସଂ. ବି. (ବୃ ଧାତୁ=ବେଢ଼ିବା+ଉନ; ଯେ ପୃଥିବୀକୁ ସାଗର— ଦ୍ୱାରା ବେଷ୍ଟନ କରିଅଛନ୍ତି) — ଜଳାଧିପତି; ସମୁଦ୍ରାଧିପତି ଦେବତା — The legendary god of the ocean
- ସଂ. ବି. (ବୃ ଧାତୁ=ବେଢ଼ିବା+ଉନ; ଯେ ପୃଥିବୀକୁ ସାଗର— ଦ୍ୱାରା ବେଷ୍ଟନ କରିଅଛନ୍ତି) — [ଦ୍ର—ବୈଦିକଯୁଗରେ ବରୁଣ ପ୍ରଧାନ ଦେବତାରୂପେ କଳ୍ପିତ ହୋଇଥିଲେ। ତତ୍ପରେ ତାଙ୍କର ପ୍ରାଧାନ୍ୟ କମିଯାଇ ଇନ୍ଦ୍ରଙ୍କ ପ୍ରାଧାନ୍ୟ ବଢ଼ିଲା। ବରୁଣ ଅଦିତିଙ୍କ ଆଠ ପୁତ୍ର ମଧ୍ୟରେ ଜଣେ ବୋଲି କଥିତ। ବେଦରେ ଏ ଜଳର ଅଧିପତି; ଦସ୍ୟୁମାନଙ୍କ ନାଶକ ଓ ଦେବତା— ମାନଙ୍କ ରକ୍ଷକ ବୋଲି କଳ୍ପିତ। ଏହାଙ୍କର ଅସ୍ତ୍ରପାଶ। ପୁରାଣମାନଙ୍କରେ ଏ ପଶ୍ଚିମ ଦିଗର ଦିକ୍ପାଳ ଥିବାର ଉଲ୍ଲେଖ ଅଛି। କାବ୍ୟାଦିରେ ବରୁଣଙ୍କୁ କରୁଣରସର ଅଧିଷ୍ଠାତୃ— ରୂପେ କଳ୍ପିତ। ଜ୍ୟୋତିଷରେ ବରୁଣ ଶତଭିଷା ନକ୍ଷତ୍ରର ଅଧିଷ୍ଠାତୃ ଦେବ। ବରୁଣଙ୍କ ଅନ୍ୟ ସଂସ୍କୃତ ନାମ ପ୍ରଚେତା, ପାଶୀ, ଯାଦସାଂପତି, ଅପ୍ପତି, ଯାଦଃପତି, ଜଂବୁକ, ମେଘନାଦ, ପରଂଜୟ ବାରିଲୋମ, କୁଣ୍ଡଳୀ।]
- ସଂ. ବି. (ବୃ ଧାତୁ=ବେଢ଼ିବା+ଉନ; ଯେ ପୃଥିବୀକୁ ସାଗର— ଦ୍ୱାରା ବେଷ୍ଟନ କରିଅଛନ୍ତି) — ସମୁଦ୍ର — Ocean
- ସଂ. ବି. (ବୃ ଧାତୁ=ବେଢ଼ିବା+ଉନ; ଯେ ପୃଥିବୀକୁ ସାଗର— ଦ୍ୱାରା ବେଷ୍ଟନ କରିଅଛନ୍ତି) — ଜଳ — Water
- ସଂ. ବି. (ବୃ ଧାତୁ=ବେଢ଼ିବା+ଉନ; ଯେ ପୃଥିବୀକୁ ସାଗର— ଦ୍ୱାରା ବେଷ୍ଟନ କରିଅଛନ୍ତି) — ଦ୍ୱୀପବିଶେଷ — Name of a legendary island
- ସଂ. ବି. (ବୃ ଧାତୁ=ବେଢ଼ିବା+ଉନ; ଯେ ପୃଥିବୀକୁ ସାଗର— ଦ୍ୱାରା ବେଷ୍ଟନ କରିଅଛନ୍ତି) — ଋଷିବିଶେଷ (ହି. ଶ.) — Name of a sage
- ସଂ. ବି. (ବୃ ଧାତୁ=ବେଢ଼ିବା+ଉନ; ଯେ ପୃଥିବୀକୁ ସାଗର— ଦ୍ୱାରା ବେଷ୍ଟନ କରିଅଛନ୍ତି) — ବୃକ୍ଷବିଶେଷ — A wild tree; Cratæva Religiosa; Crotseva Aurifolia
- ସଂ. ବି. (ବୃ ଧାତୁ=ବେଢ଼ିବା+ଉନ; ଯେ ପୃଥିବୀକୁ ସାଗର— ଦ୍ୱାରା ବେଷ୍ଟନ କରିଅଛନ୍ତି) — (1+5) ବରୁଣ ଶକ୍ରାଦି ସୂମନସ ସ୍ଫଟ ଯହିଁ ଯେ। ଭଞ୍ଜ. ବୈଦେହୀଶବିଳାସ। — (1+5)ବରୁଣ ଶକ୍ରାଦି ସୂମନସ ସ୍ଫଟ ଯହିଁ ଯେ ଭଞ୍ଜ. ବୈଦେହୀଶବିଳାସ
- ସଂ. ବି. (ବୃ ଧାତୁ=ବେଢ଼ିବା+ଉନ; ଯେ ପୃଥିବୀକୁ ସାଗର— ଦ୍ୱାରା ବେଷ୍ଟନ କରିଅଛନ୍ତି) — [ଦ୍ର—ଏହା ମଧ୍ୟାକୃତି ବନ୍ୟ ତରୁ; ବଳ୍କଳ କୁଞ୍ଚିତ, ପତ୍ର ତ୍ରିପର୍ଣ୍ଣ ଓ ଶାଖାର ଅଗ୍ରରେ ଥାଏ; ବର୍ଷକୁବର୍ଷ ଏଥିରେ ପତ୍ର ଝଡ଼େ; କାଠ ପାଣ୍ଡୁର ଓ ଶକ୍ତ; ଫୁଲ ବଡ଼ ବଡ଼ ଓ ଆପୀତ; ଖରାଦିନେ ଫୁଟେ; ଫଳ ଗୋଲ ଓ ବହୁବୀଜ।
- ସଂ. ବି. (ବୃ ଧାତୁ=ବେଢ଼ିବା+ଉନ; ଯେ ପୃଥିବୀକୁ ସାଗର— ଦ୍ୱାରା ବେଷ୍ଟନ କରିଅଛନ୍ତି) — ମୃତ୍ରରୋଗ, ଜ୍ୱର, କାଛୁକୁଣ୍ଡିଆ. ବମନ ଓ ପଥୁରିଆ ରୋଗର ଔଷଧ ପାଇଁ ଏହାର ଛେଲି ଓ ପତ୍ର ଓ ମୂଳ ବ୍ୟବହୃତ ହୁଏ।]
- ଦେ. ବି.—(ସଂ. ବ୍ରଣ, ବରୁଣ୍ଡ) — କାଠବରୁଣ; ମୁଖବ୍ରଣ; ଯୌବନକଣ୍ଟକ — Pimples on the face of young people
- ଦେ. ବି.—(ସଂ. ବ୍ରଣ, ବରୁଣ୍ଡ) — ମୁଖରେ ହେବା ଭୟାନକ ବ୍ରଣ — Fatal boil on the face