ବରଜ Baraja

  • ଗ୍ରା. ବିଣ. (ବର+ଜନ୍ ଧାତୁ=ଜନ୍ମିବା+ଅ) — ଜ୍ୟେଷ୍ଠ (ହି. ଶ) — Elder; eldest
  • ଦେ ବି. (ସଂ. ବୃ ଧାତୁ=ଆବରଣ କରିବା; କିମ୍ବା ଆ. ବୁର୍ଜ=ଦୁର୍ଗ; ଦୁର୍ଗ ପରି ମାଟି ସ୍ତୁପ ଚାରିଆଡ଼େ ଘେରି ଥିବାରୁ; ସଂ. ତୁଳ, ବାଟିକା; ପ୍ରା. ବାଡ଼ିଅ) — ପାନ ଲତାମାନ ଧାଡ଼ି ଧାଡ଼ି ହୋଇ ଲଗା ଯାଇଥିବା ତୃଣା— ଚ୍ଛାଦନ ବିଶିଷ୍ଟ ଉଚ୍ଚ କ୍ଷେତ୍ର — Betal plantation (with a light thatch over it.)
  • ଦେ ବି. (ସଂ. ବୃ ଧାତୁ=ଆବରଣ କରିବା; କିମ୍ବା ଆ. ବୁର୍ଜ=ଦୁର୍ଗ; ଦୁର୍ଗ ପରି ମାଟି ସ୍ତୁପ ଚାରିଆଡ଼େ ଘେରି ଥିବାରୁ; ସଂ. ତୁଳ, ବାଟିକା; ପ୍ରା. ବାଡ଼ିଅ) — ନାଗବଲ୍ଲୀ—ଦଳ ବରଜେ ଶ୍ୟାମଳ ବିଶାଳ ଖଣ୍ଡ। ରାଧାନାଥ. ଉଷା।
  • ଗ୍ରା. ବି — ବ୍ରଜସୁନ୍ଦର; ବ୍ରଜବନ୍ଧୁ ଆଦି ନାମଧାରୀ ବ୍ୟକ୍ତିଙ୍କୁ ଡାକିବା ନାମ — A name by which persons named Brajasundara, Brajabandhu, Brajabiharī etc are called
  • ଗ୍ରା. ବି — (ସଂ. ବ୍ରଜ) ବ୍ରଜ (ଦେଖ) — Braja (See)
  • ଗ୍ରା. ବି — ତତକ୍ଷଣେ ଗାଈ କ୍ଷୀର ପାନ ଦେଲେ ହରଷ ବରଜ ରାଜନ। ବିଶ୍ୱନାଥ. ବିଚିତ୍ର ରାମାୟଣ।