ବବୁର, ବବୁଲ, ବବୁରି Babura, Babula, Baburi
- ଦେ. ବି—(ସଂ. ବର୍ବ୍ବୂର; ବବ୍ବୂଲ) — କଣ୍ଟାକୁସୁମ ଗଛ; କଣ୍ଟକୀ କ୍ଷୁଦ୍ରବୃକ୍ଷବିଶେଷ — Acacia Gummi; Acacia Arabica (Haines.)
- ଦେ. ବି—(ସଂ. ବର୍ବ୍ବୂର; ବବ୍ବୂଲ) — ବବୁର କୁସୁମ ବାସ ଜନପଦେ ପ୍ରସରଇ ଅହର୍ନିଶି—ରାଧାନାଥ ଉର୍ବଶୀ।
- ଦେ. ବି—(ସଂ. ବର୍ବ୍ବୂର; ବବ୍ବୂଲ) — [ଦ୍ର—ଏହା ଖଦୀରଜାତୀୟ ବୃକ୍ଷ, ଏଥିରେ କଣ୍ଟା ଅଛି। ଫୁଲ ଛୋଟ, ଗୋଲାକାର, ହଳଦିଆ ଓ ସୁଗନ୍ଧଯୁକ୍ତ। ଏ ଗଛ ବାଲିଆ ଭୂମିରେ ହୁଏ ଓ ବହୁ କାଳ ବଞ୍ଚେ। ଏହାର ଗଣ୍ଡିକୁ କ୍ଷତ କଲେ ଏଥିରୁ ଯେଉଁ ଅଠା ବାହାରେ ତାହା ଅନେକ କାର୍ଯ୍ୟରେ ଲାଗେ। ଏହାର ଛୁଇଁ ଓ ମଞ୍ଜି ଚେପଟା। ଏହାର କାଠରେ ଲଙ୍ଗଳ ଓ ଗାଡ଼ିର ଚକ ହୁଏ। କେତେକ ସ୍ଥାନରେ ଏ ଗଛରେ ଲାଖପୋକ ପାଳି ଲୋକେ ଏ ଗଛରୁ ଲାଖ ଉତ୍ପାଦନ କରନ୍ତି। ଏହାର ଛାଲରେ ଓ ଛୁଁଇରେ ଚମଡ଼ା କଷାଇବା ପାଣି ପ୍ରସ୍ତୁତ ହୁଏ। ଏ ଗଛର ଡାଳ ଦାନ୍ତକାଠିରୂପେ ଦାନ୍ତର ହିତକର। ଏହାର ଶୁଖିଲା ଫଳରୁ ସ୍ଥାୟୀ— ସ୍ୟାହୀ ତିଆରି ହୁଏ। ବୈଦ୍ୟଶାସ୍ତ୍ର ଅନୁସାରେ ଏହା ମଳସଂଗ୍ରାହକ, ପିତ୍ତ ଓ ବାୟୁନାଶକ, ଶୀତବୀର୍ଯ୍ୟ, ଭଗ୍ନସନ୍ଧାୟକ ଓ ରକ୍ତାତିସାର, ରକ୍ତପିତ୍ତ, ମେହ, ପ୍ରଦର, ରକ୍ତସ୍ରାବ, କଫ. କୁଷ୍ଠ, କ୍ରମି ଓ ବିଷ— ନାଶକ—ଦ୍ରବ୍ୟଗୁଣ। ଏହି ଶ୍ରେଣୀର ଆଉ ଏକଜାତୀୟ ଗଛକୁ ଗନ୍ଧଗୁହାରିୟା (ବଂ. ଗୁଇଆ ବାବଲା, ସଂ. ବିଟ ଖଦିର; ଇଂ — Acacia Farnesira; Acacia Leucopploea)କହନ୍ତି]