ବନ୍ଧୂକ Bandhūka

  • ସଂ. ବି—(ବନ୍ଧ୍ ଧାତୁ+ଉକ; ଊକ) — ବଧୁଲି (ଦେଖ) — Badhūli (See)
  • ବୈଦେ. ବି—(ତୁରକୀ—ବନ୍ଦୂକ; ତୁଳନା କର ସଂ.— ବିନ୍ଦୁକ=ବନ୍ଧୁକ ନଳୀର ଅଗ ଉପରେ ଦିଆଯାଇ ଥିବା ବିନ୍ଦୁ ବା ମାଛି) — ନାଳିକାସ୍ତ୍ର; ନଳୀ; ଆଗ୍ନେୟାସ୍ତ୍ର — Gum; musket
  • ବୈଦେ. ବି—(ତୁରକୀ—ବନ୍ଦୂକ; ତୁଳନା କର ସଂ.— ବିନ୍ଦୁକ=ବନ୍ଧୁକ ନଳୀର ଅଗ ଉପରେ ଦିଆଯାଇ ଥିବା ବିନ୍ଦୁ ବା ମାଛି) — [ଦ୍ର—ବନ୍ଧୁକ ଅନେକପ୍ରକାର ଯଥା:—ଟୋପୀଦାର୍ — (muzzle loader),ତୋଡ଼ାଦାର୍(match lock),ପିସ୍ତଲ ବା ଗଣ୍ଠିଆ(pistol),ରାଇଫଲ୍(Rifle),ବ୍ରଜଲୋଟ(Breech loader),ପକେଟ୍ ବନ୍ଧୁକ(Revolver)ଓ କମାଣ ବା ତୋପ(Cannon).ପୂର୍ବେ ଭାରତୀୟ ଯୋଦ୍ଧାମାନେ ଏ ଅସ୍ତ୍ରମାନ ବ୍ୟବହାର କରୁଥିବାର ପ୍ରମାଣ ମିଳେ କୃଷ୍ଣଯଜୁର୍ବେଦରେ ନାଳିକାସ୍ତ୍ରର ନାମ କର୍ଣ୍ଣୀ ବା କର୍ଣ୍ଣିକାବତୀ
  • ବୈଦେ. ବି—(ତୁରକୀ—ବନ୍ଦୂକ; ତୁଳନା କର ସଂ.— ବିନ୍ଦୁକ=ବନ୍ଧୁକ ନଳୀର ଅଗ ଉପରେ ଦିଆଯାଇ ଥିବା ବିନ୍ଦୁ ବା ମାଛି) — ବନ୍ଧୁକର ଭିନ୍ନ ଭିନ୍ନ ଅଂଶ:— ନଳି—ଯେଉଁ ନଳ ମଧ୍ୟରେ ବାରୁଦ ଥାଏ ଓ ଯହିଁର ଆଗ ବାଟେ ଗୁଳି ଆଦି ଫଏର୍ ହୁଏ — Muzzle.କୁନ୍ଦା ବା ପିଛା—ଯେଉଁ କାଠ ମଧ୍ୟରେ ନଳିର ମୂଳ ବସା ଯାଇଥାଏ—Stockଛଡ଼— ଯେଉଁ କାଠି ଦ୍ୱାରା ନଳ ଭିତରକୁ ବାରୁଦ ଖୁନ୍ଦାଯାଏ— Ramrod.ଛର୍ରା—ଗୁଳିଠାରୁ ଅତି କ୍ଷୁଦ୍ର ସୀସାର ଗୋଳକ (କ୍ଷୁଦ୍ର ଜୀବ ମାରିବା ନିମନ୍ତେ ବନ୍ଧୁକରେ ବ୍ୟବହୃତ)—Pilletsଗୁଳି ବା ଗୁଳା—ଯେଉଁ ସୀସା ଗୋଳକ ଦ୍ୱାରା ଲକ୍ଷ୍ୟକୁ ଆଘାତ କରାଯାଏ—Balls.କାରତୁଜ୍—ବାରୁଦ ଓ ଗୁଳିପୂର୍ଣ୍ଣ ପୁଡ଼ିଆ— Cartridge.ଟୋପି—ବନ୍ଧୁକନଳିର ମୂଳରେ ଥିବା ଛିଦ୍ର ବାଟେ ନଳିମଧ୍ୟସ୍ଥ ବାରୁଦରେ ନିଆଁ ଲଗାଇବା ପାଇଁ ଯେଉଁ ଟିକିଲି ବ୍ୟବହୃତ ହୁଏ—Concussion caps.ଘୋଡ଼ା— ଯେଉଁ ଢିଙ୍କିଆକୁ ଟିପିଦେଲେ ବନ୍ଧୁକର ନଳିରେ ନିଆଁ ଧରେ— Trigger.ତୋଡ଼ା ବା ଶଳିତା—ଯେଉଁ ନିଆଁ ବଳିତା ଦ୍ୱାରା ନଳିର ମୂଳସ୍ଥ ଛିଦ୍ରରେ ଅଗ୍ନି ସଂଯୋଗ କରାଯାଏ— match.]