ବନ୍ଦୋବସ୍ତ Bandobasta

  • ବୈଦେ. ବି. (ଫା. ବନ୍ଦ୍ ଓ ବସ୍ତ୍= ବ୍ୟବସ୍ଥା) — ବ୍ୟବସ୍ଥା — Settlement; provision;
  • ବୈଦେ. ବି. (ଫା. ବନ୍ଦ୍ ଓ ବସ୍ତ୍= ବ୍ୟବସ୍ଥା) — ସୁନିୟମ; ସୁଶୃଙ୍ଖଳା — Regularity
  • ବୈଦେ. ବି. (ଫା. ବନ୍ଦ୍ ଓ ବସ୍ତ୍= ବ୍ୟବସ୍ଥା) — ସେଟଲ୍ମେଣ୍ଟ୍; ଗଭର୍ଣ୍ଣମେଣ୍ଟ୍ ରାଜ୍ୟର ଭୂମି ପାଇଁ ପ୍ରଜାଙ୍କଠାରୁ ଆଦାୟ କରିବା ରାଜସ୍ୱର ପରିମାଣ ନିର୍ଣ୍ଣୟ କରିବା ନିମନ୍ତେ ଜମିକୁ ମାପି ତହିଁର ଶ୍ରେଣୀ ଓ ରାଜସ୍ୱାଦି ନିରୂପଣ କରି ତହିଁରେ କାହାରି କି ପ୍ରକାର ସ୍ୱତ୍ୱ ଓ ଦଖଲ ଅଛି ଏହା ସ୍ଥିର କରିବା ନିମନ୍ତେ ଯେଉଁ ପ୍ରଣାଳୀ ଓ କ୍ରିୟାମାନ ଅବଲମ୍ବନ କରନ୍ତି — Revennue settlement; the operations undertaken by the Government for settlement of land revenue
  • ବୈଦେ. ବି. (ଫା. ବନ୍ଦ୍ ଓ ବସ୍ତ୍= ବ୍ୟବସ୍ଥା) — [ଦ୍ର—ଇଂରାଜମାନେ ପ୍ରଥମେ ବାଣିଜ୍ୟ କରିବା ନିମନ୍ତେ ଭାରତ ବର୍ଷକୁ ଆସିବା ପରେ 'ଇଷ୍ଟ ଇଣ୍ଡିଆ କମ୍ପାନୀ'କୁ ଦିଲ୍ଲୀ ସମ୍ରାଟ ସନନ୍ଦ ଦ୍ୱାରା ବଙ୍ଗ ବିହାର ଓ ଓଡ଼ିଶାର ରାଜସ୍ୱକୁ ଇଜରା ଦେଲେ। ତହିଁ ବଳରେ ଇଂରାଜମାନେ ପ୍ରଥମେ ନିର୍ଦ୍ଦିଷ୍ଟ କାଳ ପାଇଁ (ଯଥା— ଦୋସାଲା, ତିସାଲା, ଦଶ ଶାଲା) ପ୍ରଜାମାନଙ୍କ ସଙ୍ଗେ ରାଜସ୍ୱ ବନ୍ଦୋବସ୍ତ କଲେ। ବଙ୍ଗ ଦେଶର ଭାଗ୍ୟ କ୍ରମେ ଏହି ଅସ୍ଥାୟୀ ବନ୍ଦୋବସ୍ତ ଚିରସ୍ଥାୟୀ ବନ୍ଦୋବସ୍ତରେ ପରିଣତ ହେଲା; କିନ୍ତୁ ଓଡ଼ିଶାରେ କେତେଗୁଡ଼ିଏ କିଲ୍ଲା ଛଡ଼ା ଅନ୍ୟତ୍ର ଥରକୁ ଥର ଅସ୍ଥାୟୀ ବନ୍ଦୋବସ୍ତ ହେଉଅଛି ଓ ବନ୍ଦୋବସ୍ତ ଅମଲା ଏବଂ ଅମିନଙ୍କ ଦାଉରେ ପ୍ରଜାମାନଙ୍କ ମଧ୍ୟରେ କେତେଗୁଡିଏ ଢଗ ମଧ୍ୟ ସୃଷ୍ଟି ହୋଇଅଛି। ଯଥା— 'ଅଇଲେ ବାବା ଅମିନ ବଚା, କର ଚରଚା, ଦେ ଖରଚା, ନେ ପାରଚା'। 'ଅଇଲେ ଅମିନ ମାଇଲେ ମେଖ, ବାରହାଣ୍ଡିଆଙ୍କୁ କରୁଛି ଭୋକ'। 'ଅମିନ ଗାଆଁରେ ମାଇଲେ ମେଖ, ପୋଲା ଖିଆଙ୍କର ମଲାଟି ଭେକ,। ବନ୍ଦୋବସ୍ତର କ୍ରମିକ ପ୍ରଣାଳୀର ନାମମାନ ଇଂରାଜି, ଫାରାସୀ ଓ ହିନ୍ଦୀ ଭାଷାରୁ ଓଡ଼ିଆ ଭାଷାକୁ ଆସିଅଛି। ଯଥା— ସେଟଲ୍ ମେଣ୍ଟ୍ (ଇଂ), ସର୍ଭେ (ଇଂ), ଅଫିସ୍ (ଇଂ), ଅଫିସର୍ (ଇଂ), ଖେୱାଟ (ହି), ଖତିଆନ (ହି), ରେକଡ଼ (ଇଂ), ପଟ୍ଟା (ସଂ), ଆଟେଷ୍ଟେସନ (ଇଂ), ଯାଞ୍ଚ (ହି), ଖାନାପୁରୀ (ହି), ବଦର (ହି), ଖସଡ଼ା (ଫା), ଅମିନ (ଫା), ଇନ୍ସପେକ୍ଟର (ଇଂ), ବାଉଣ୍ଡରି (ଇଂ), ପିଲ(ଫା), ବମ୍ବା (ହି)।]