ବନ୍ଦେଇବା Bandeibā
- ଦେ. କ୍ରି (ସଂ. ବନ୍ଦ୍ ଧାତୁ) — ବନ୍ଦନ କରିବା; ପୂଜା କରିବା — To worship
- ଦେ. କ୍ରି (ସଂ. ବନ୍ଦ୍ ଧାତୁ) — ଅଭିବାଦନ କରିବା; — To salute
- ଦେ. କ୍ରି (ସଂ. ବନ୍ଦ୍ ଧାତୁ) — ସ୍ତବ କରିବା — To worship
- ଦେ. କ୍ରି (ସଂ. ବନ୍ଦ୍ ଧାତୁ) — ବନ୍ଦାପନା କରିବା; ଦେବତା ବା ବରକନ୍ୟା ବା ବନ୍ଦନୀୟ ବ୍ୟକ୍ତିଙ୍କ ସମ୍ମୁଖରେ ପ୍ରଦୀପ ଆଦି ହଲାଇ ଅଭ୍ୟର୍ଥନା କରିବା — To welcome by offerings; to salute a Deity or an honored person by waving lights etc before him
- ଦେ. କ୍ରି (ସଂ. ବନ୍ଦ୍ ଧାତୁ) — ନଟି ଯେ କଦଳୀ ଘୃତ ଦୀପ ବନ୍ଦାଇବ। ପ୍ରାଚୀ. ଶ୍ରୀଗୁରୁଭକ୍ତି ଗୀତୀ ।
- ଦେ. କ୍ରି (ସଂ. ବନ୍ଦ୍ ଧାତୁ) — ପୂଜ୍ୟ ବ୍ୟକ୍ତିଙ୍କୁ ବା ଦେବତାଙ୍କୁ ଧନ ବା ଅଳଙ୍କାର ଆଦି ଭେଟି ଦେବା — To give presents (of cash or ornaments etc) to a distinguished guest or Deity; to give offerings to a distinguished person as a sign of respect. or welcome