ବନ୍ଦିବା Bandibā
- ଦେ. କ୍ରି—(ପଦ୍ୟ)—(ସଂ. ବନ୍ଦ୍ ଧାତୁ) — ବନ୍ଦନା କରିବା; ପୂଜା କରିବା — To adore; to worship
- ଦେ. କ୍ରି—(ପଦ୍ୟ)—(ସଂ. ବନ୍ଦ୍ ଧାତୁ) — ଚରଣ ଯୁଗକୁ ତୋର ବନ୍ଦେ ଅଷ୍ଟ ଦୁର୍ଗେଶ୍ୱର—କବିସୂର୍ଯ୍ୟ. କିଶୋରୀ ଚମ୍ପୂ ଚ. ଗୀତ।
- ଦେ. କ୍ରି—(ପଦ୍ୟ)—(ସଂ. ବନ୍ଦ୍ ଧାତୁ) — ସ୍ତବ କରିବା — To pray
- ଦେ. କ୍ରି—(ପଦ୍ୟ)—(ସଂ. ବନ୍ଦ୍ ଧାତୁ) — ବନ୍ଦାଏ ବନ୍ଦିବାକୁ ନୃପଙ୍କ କୀରତି—ଭଞ୍ଜ. ବୈଦେହୀଶବିଳାସ ।
- ଦେ. କ୍ରି—(ପଦ୍ୟ)—(ସଂ. ବନ୍ଦ୍ ଧାତୁ) — (ସଂ. ବନ୍ଧ୍ ଧାତୁ) ଭୂତ ପ୍ରେତାଦିଙ୍କୁ କୌଣସି ବ୍ୟକ୍ତିର ଦେହରେ ବା କୌଣସି ସ୍ଥାନରେ ମନ୍ତ୍ର ଯନ୍ତ୍ର ପ୍ରଭାବ ଦ୍ୱାରା ଅବରୁଦ୍ଧ କରି ରଖିବା — To confine an evil spirit inside the body of a person or within certain limits by means of charms
- ଦେ. କ୍ରି—(ପଦ୍ୟ)—(ସଂ. ବନ୍ଦ୍ ଧାତୁ) — ମନ୍ତ୍ର ଯନ୍ତ୍ର ପ୍ରୟୋଗଦ୍ୱାରା ସର୍ପର ଗତିରୋଧ କରିବା ବା ଦଂଶନ କର୍ପରୁ ସପକୁ ବିରତ କରାଇବା — To cause a serpent become motionless or unable to bite by means of charm; to hypnotise or enchant a snake by incantations
- ଦେ. କ୍ରି—(ପଦ୍ୟ)—(ସଂ. ବନ୍ଦ୍ ଧାତୁ) — ଭୀମ କ୍ରୋଧକୁ ସର୍ପକୁ ବନ୍ଦିବା ଇଚ୍ଛାରେ, ପକାଇଲେ ମନ୍ତ୍ରଧୂଳିକି ମନ୍ତ୍ରି ଖରେ।—କୃଷ୍ଣସିଂହ ମହଭାରତ ବନ।
- ଦେ. କ୍ରି—(ପଦ୍ୟ)—(ସଂ. ବନ୍ଦ୍ ଧାତୁ) — ମନ୍ତ୍ରଯନ୍ତ୍ର ପ୍ରୟୋଗଦ୍ୱାରା କୌଣସି କାର୍ଯ୍ୟ (ଯଥା— ବାକ୍ୟୋଚ୍ଚାରଣ, ପ୍ରସବ, ଗର୍ଭଧାରଣ, ଗୋରୁ ଦୁଧ ଦେବା ଆଦି)— ବନ୍ଦ କରାଇବା — To cause natural action to cease or stop by means of black magic
- ଦେ. କ୍ରି—(ପଦ୍ୟ)—(ସଂ. ବନ୍ଦ୍ ଧାତୁ) — ନଟ ସ୍ତିରୀଯାକ ଓଷରେ ଭରତାକୁ ବନ୍ଦି, ଘେନି ଶୁଅନ୍ତି ଅପୁରୁଷକୁ—କୃଷ୍ଣ ସିଂହ ମହାଭାରତ ବନ।
- ଦେ. କ୍ରି—(ପଦ୍ୟ)—(ସଂ. ବନ୍ଦ୍ ଧାତୁ) — ବ୍ରଣ ଆଦିକୁ ମନ୍ତ୍ର ଯନ୍ତ୍ର ପ୍ରୟୋଗ ଦ୍ୱାରା ଦୂଷିତ ବା କଷ୍ଟ— ଦାୟକ କରାଇବା — To cause a boil or wound to rankle or fester without healing by means of charms
- ଦେ. କ୍ରି—(ପଦ୍ୟ)—(ସଂ. ବନ୍ଦ୍ ଧାତୁ) — ବନ୍ଦି କରିବା; କଇଦି କରିବା — To imprison
- ଦେ. କ୍ରି—(ପଦ୍ୟ)—(ସଂ. ବନ୍ଦ୍ ଧାତୁ) — ବାହୁନିବା; ଗୁଣ ଗୁଣି ହାହାକାର ହେବା — To weep; to sob out