ବତିଶ ସିଂହାସନ Batiṡa siṁhāsana
- ଦେ. ବି—(ସଂ. ଦ୍ୱାତ୍ରିଂଶତ୍ ପୁତ୍ତଳିକା) — ମହାକବି କାଳିଦାସ ପ୍ରଣୀତ ଉପାଖ୍ୟାନ ଗ୍ରନ୍ଥବିଶେଷର ଓଡ଼ିଆ ଅନୁବାଦ — A legend of the throne (with 32 steps) of king Bikramāditya which was discovered and dug out of the earth by a miraculous chance
- ଦେ. ବି—(ସଂ. ଦ୍ୱାତ୍ରିଂଶତ୍ ପୁତ୍ତଳିକା) — [ଦ୍ର—ବିକ୍ରମାଦିତ୍ୟ ରାଜାଙ୍କର 32 ଟି ପୁତ୍ତଳିକାକୃତି ଅପ୍ସରାଙ୍କ ଦ୍ୱାରା ରକ୍ଷିତ 32 ପାବଚ୍ଛବିଶିଷ୍ଟ ସିଂହାସନ କାଳକ୍ରମେ ଭୂଗର୍ଭରେ ପୋତି ହୋଇ ଯିବାରୁ ଲୋକେ ସେଠାରେ ଗୋରୁ ଚରାଉ ଥିଲେ। ଏକ ସମୟରେ ସେହି ସ୍ଥାନରେ କେତେ ଗୁଡ଼ିଏ ବାଳକ ଗୋଚାରଣ କରୁଥିଲେ ଓ ସେଥି ମଧ୍ୟରୁ ଜଣେ ଉକ୍ତ ସିଂହାସନ ପୋତା ହୋଇଥିବା ସ୍ଥାନ ଉପରେ ଉପବେଶନ କରିବାରୁ ସେହି ସିଂହାସନର ମାହାତ୍ମ୍ୟରୁ ରାଜାଙ୍କ ତୁଲ୍ୟ ନ୍ୟାୟ— ବିଚାର କଲା। ଏ ବିଷୟ କ୍ରମଶଃ ଜନସାଧାରଣରେ ପ୍ରଚାରିତ ହେବାରୁ ତଦାନୀନ୍ତନ ରାଜା ଭୋଜ ଗୋପାଳବାଳକର ଈଦୃଶ ବିଚାରରେ ଚମତ୍କୃତ ହୋଇ ସେ ସ୍ଥାନ ଖୋଳିବାରୁ ଉକ୍ତ ସିଂହାସନଟି ବାହାରିଲା। ଅନନ୍ତର ରାଜା ଭୋଜ ସେ ସିଂହାସନରେ ବସିବାକୁ ଚେଷ୍ଟା କରିବାରୁ ପ୍ରତ୍ୟେକ ପୁତ୍ତଳିକା ବିକ୍ରମାଦିତ୍ୟଙ୍କର ଶୌର୍ଯ୍ୟ ବୀର୍ଯ୍ୟ ଔଦାର୍ଯ୍ୟାଦି ବର୍ଣ୍ଣନ କରି ତାଙ୍କୁ କହିଲେ,—ଯେବେ ତୁମ୍ଭେ ବିକ୍ରମାଦିତ୍ୟଙ୍କ ପରି ଗୁଣଶାଳୀ ତେବେ ଏହି ସିଂହାସନରେ ବସ; ମାତ୍ର ଭୋଜ ସର୍ବଥା ଆପଣାକୁ ଅଯୋଗ୍ୟ ମନେ କରି ତହିଁରେ ବସିଲେ ନାହିଁ। ପରେ ସେ ପୁତ୍ତଳିକାମାନେ ସିଂହାସନଟିକୁ ଧରି ସ୍ୱର୍ଗକୁ ଉଠିଗଲେ।] — [ଦ୍ର—ବିକ୍ରମାଦିତ୍ୟ ରାଜାଙ୍କର32ଟି ପୁତ୍ତଳିକାକୃତି ଅପ୍ସରାଙ୍କ ଦ୍ୱାରା ରକ୍ଷିତ32ପାବଚ୍ଛବିଶିଷ୍ଟ ସିଂହାସନ କାଳକ୍ରମେ ଭୂଗର୍ଭରେ ପୋତି ହୋଇ ଯିବାରୁ ଲୋକେ ସେଠାରେ ଗୋରୁ ଚରାଉ ଥିଲେ ଏକ ସମୟରେ ସେହି ସ୍ଥାନରେ କେତେ ଗୁଡ଼ିଏ ବାଳକ ଗୋଚାରଣ କରୁଥିଲେ ଓ ସେଥି ମଧ୍ୟରୁ ଜଣେ ଉକ୍ତ ସିଂହାସନ ପୋତା ହୋଇଥିବା ସ୍ଥାନ ଉପରେ ଉପବେଶନ କରିବାରୁ ସେହି ସିଂହାସନର ମାହାତ୍ମ୍ୟରୁ ରାଜାଙ୍କ ତୁଲ୍ୟ ନ୍ୟାୟ— ବିଚାର କଲା ଏ ବିଷୟ କ୍ରମଶଃ ଜନସାଧାରଣରେ ପ୍ରଚାରିତ ହେବାରୁ ତଦାନୀନ୍ତନ ରାଜା ଭୋଜ ଗୋପାଳବାଳକର ଈଦୃଶ ବିଚାରରେ ଚମତ୍କୃତ ହୋଇ ସେ ସ୍ଥାନ ଖୋଳିବାରୁ ଉକ୍ତ ସିଂହାସନଟି ବାହାରିଲା ଅନନ୍ତର ରାଜା ଭୋଜ ସେ ସିଂହାସନରେ ବସିବାକୁ ଚେଷ୍ଟା କରିବାରୁ ପ୍ରତ୍ୟେକ ପୁତ୍ତଳିକା ବିକ୍ରମାଦିତ୍ୟଙ୍କର ଶୌର୍ଯ୍ୟ ବୀର୍ଯ୍ୟ ଔଦାର୍ଯ୍ୟାଦି ବର୍ଣ୍ଣନ କରି ତାଙ୍କୁ କହିଲେ,—ଯେବେ ତୁମ୍ଭେ ବିକ୍ରମାଦିତ୍ୟଙ୍କ ପରି ଗୁଣଶାଳୀ ତେବେ ଏହି ସିଂହାସନରେ ବସ; ମାତ୍ର ଭୋଜ ସର୍ବଥା ଆପଣାକୁ ଅଯୋଗ୍ୟ ମନେ କରି ତହିଁରେ ବସିଲେ ନାହିଁ ପରେ ସେ ପୁତ୍ତଳିକାମାନେ ସିଂହାସନଟିକୁ ଧରି ସ୍ୱର୍ଗକୁ ଉଠିଗଲେ]