ବଞ୍ଚେଇବା Ban̄cheibā

  • ଦେ. କ୍ରି—(ସଂ. ବଞ୍ଚ୍ ଧାତୁ=ଗମନ କରିବା) — (ବଞ୍ଚିବା କ୍ରିୟାର ଣିଜନ୍ତ ରୂପ — The causative form of 'Ban̄chibā)
  • ଦେ. କ୍ରି—(ସଂ. ବଞ୍ଚ୍ ଧାତୁ=ଗମନ କରିବା) — ଆପଣାର ବା ଅନ୍ୟବ୍ୟକ୍ତିର ଜୀବନ ରକ୍ଷା କରିବା — To save or preserve or spare the life of another or of one's self
  • ଦେ. କ୍ରି—(ସଂ. ବଞ୍ଚ୍ ଧାତୁ=ଗମନ କରିବା) — ଜୀଆଁଇବା; ପୋଷିବା; ପାଳିବା — To sustain; to rear up; to maintain
  • ଦେ. କ୍ରି—(ସଂ. ବଞ୍ଚ୍ ଧାତୁ=ଗମନ କରିବା) — ବିପଦରୁ ଉଦ୍ଧାର ବା ରକ୍ଷା କରିବା — To save from impending danger
  • ଦେ. କ୍ରି—(ସଂ. ବଞ୍ଚ୍ ଧାତୁ=ଗମନ କରିବା) — ଚୋରି ନାହିଁ, ଥିଲେ ହେଁ ବଞ୍ଚାଅ। କବିସୂର୍ଯ୍ୟ. କିଶୋରିଚମ୍ପୂ ଚ. ଗୀତ
  • ଦେ. କ୍ରି—(ସଂ. ବଞ୍ଚ୍ ଧାତୁ=ଗମନ କରିବା) — ସହିବା; ସମ୍ଭାଳି ନେବା — To bear
  • ଦେ. କ୍ରି—(ସଂ. ବଞ୍ଚ୍ ଧାତୁ=ଗମନ କରିବା) — ଛଳାଇବା — To speak with hints
  • ଦେ. କ୍ରି—(ସଂ. ବଞ୍ଚ୍ ଧାତୁ=ଗମନ କରିବା) — ସମ୍ଭାଳି ନ ପାରି ମନ ଉଦ୍ଧତ ହୋଇ ପଚାରିଲେ ବଞ୍ଚାଇ ମନରେ ଲାଜପାଇ। ଶିଶୁଶଙ୍କର. ଉଷା ଅଭିଳାଷ।
  • ଦେ. କ୍ରି—(ସଂ. ବଞ୍ଚ୍ ଧାତୁ=ଗମନ କରିବା) — (ଆଘାତରୁ ଦେହକୁ) ଏଡ଼ାଇବବା; ରକ୍ଷା କରିବା — To ward off (a blow)
  • ଦେ. କ୍ରି—(ସଂ. ବଞ୍ଚ୍ ଧାତୁ=ଗମନ କରିବା) — ଦମ୍ଭୋଳି ଦୃଢ଼ାଘାତ ବଞ୍ଚାଇବାକୁ ଛାତି ଆଡ଼ିଲି ରେ। କବିସୂର୍ଯ୍ୟ. ସଙ୍ଗୀତା।
  • ଦେ. କ୍ରି—(ସଂ. ବଞ୍ଚ୍ ଧାତୁ=ଗମନ କରିବା) — ପ୍ରତାରିତ କରିବା; ଭଣ୍ଡିବା; ବଞ୍ଚିତ କରିବା — To defraud; to inveigle
  • ଦେ. କ୍ରି—(ସଂ. ବଞ୍ଚ୍ ଧାତୁ=ଗମନ କରିବା) — ଏ ଅନ୍ତେ ଋତୁପର୍ଣ୍ଣ ତନୁ ସଙ୍କୋଚାଇ କହିଲେ ସେହୁ ଭୀମ ରାଜାଙ୍କୁ ବଞ୍ଚାଇ। କୃଷ୍ଣସିଂହ. ମହାଭାରତ ବନ।