ବଞ୍ଚିବା Ban̄chibā
- ଦେ. କ୍ରି. (ସଂ. ବଞ୍ଚ୍ ଧାତୁ= ଗମନ କରିବା) — ଜୀଇଁବା; ଜୀବନଧାରଣ କରିବା; ଜୀବିତ ରହିବା; ବାସ କରିବା — To live; to survive
- ଦେ. କ୍ରି. (ସଂ. ବଞ୍ଚ୍ ଧାତୁ= ଗମନ କରିବା) — ଚମ୍ପକାରଣ୍ଯେ ଏକ ରାତି ଯେ ବଞ୍ଚିଛି ସହସ୍ରେ ଗାଈ ଦାନ ଫଳ ସେ ପାଇଛି। କୃଷ୍ଣସିଂହ. ମହାଭାରତ ବନ।
- ଦେ. କ୍ରି. (ସଂ. ବଞ୍ଚ୍ ଧାତୁ= ଗମନ କରିବା) — ବଳି ପଡ଼ିବା; ଉଦ୍ବୃତ୍ତ ହେବା — To be outstanding; to remain over
- ଦେ. କ୍ରି. (ସଂ. ବଞ୍ଚ୍ ଧାତୁ= ଗମନ କରିବା) — କଷ୍ଟ ବା ବିପଦରୁ ରକ୍ଷା ପାଇବା — To be saved from danger
- ଦେ. କ୍ରି. (ସଂ. ବଞ୍ଚ୍ ଧାତୁ= ଗମନ କରିବା) — ଅସୁର ପୁତ୍ର ପ୍ରହଲାଦ, ବଞ୍ଚିଲା ଅନେକ ପ୍ରମାଦ। ଜଗନ୍ନାଥ. ଭାଗବତ ।
- ଦେ. କ୍ରି. (ସଂ. ବଞ୍ଚ୍ ଧାତୁ= ଗମନ କରିବା) — (ଦିନ ବା କାଳ) ଯାପନ କରିବା; ଅତିବାହିତ କରିବା, କ୍ଷେପଣ କରିବା — To pass (time); to while away (time)
- ଦେ. କ୍ରି. (ସଂ. ବଞ୍ଚ୍ ଧାତୁ= ଗମନ କରିବା) — ବିଅର୍ଥେ ଦିନ ବଞ୍ଚୁ ଅଛି ମୋ ଧନ। କବିସୂର୍ଯ୍ୟ. ରତ୍ନାକରଚମ୍ପୂ କ. ଗୀତ।