ବଜ୍ର ଲେପ Bajra lepa

  • ସଂ. ବି — ଚିତ୍ର ଓ ମୂର୍ତ୍ତି ଉପରେ ମଡ଼ାଯିବା ଚିରସ୍ଥାୟୀ ଲେପବିଶେଷ — A permanent layer of paint or colour put on a picture or image
  • ସଂ. ବି — ବାର୍ଣ୍ଣିସ୍ — Varnish
  • ସଂ. ବି — (ଲକ୍ଷଣାର୍ଥ) ଯାହା ଚିରସ୍ଥାୟୀ ରୂପେ କୌଣସି ବସ୍ତୁରେ ସଂଲଗ୍ନ ହୋଇ ରହେ — 2. (figurative) Anything which is attached to a thing permanently
  • ସଂ. ବି — ଯେଉଁ ଲେପ ଲିଭେ ନାହିଁ — An ineffaceable plaster
  • ସଂ. ବି — (ଯଥା—ଅନ୍ୟ କ୍ଷେତ୍ରେ କୃତ ପାପ ଧର୍ମ କ୍ଷେତ୍ରେ ନାଶ ଯାଏ, ଧର୍ମ କ୍ଷେତ୍ରେ କୃତ ପାପ ବଜ୍ର ଲେପ ହୋଇ ରହେ।)
  • ସଂ. ବି — [ଦ୍ର—କଞ୍ଚା କେନ୍ଦୁ, କଞ୍ଚା କଇଁଥ, ସିମିଳି ଫୁଲ, ବଚ ଓ କେତେକ ଗଛର ଛେଲିକୁ ସିଝାଇ ସେହି ପାଣିର ଆଠଭାଗରୁ ଭାଗେ ବାକି ରହିଲେ ସେହି କ୍ୱାଥରେ ତାର୍ପିନ୍, ଝୁଣା, ଫେଶି, ବେଲ ଅଠା, ଦେବଦାରୁ ଅଠା ଓ ଭାଲିଆ ମିଶାଇ ଏହି ପ୍ରଲେପ ପ୍ରସ୍ତୁତ କରାଯାଏ। ଏହି ଲେପକୁ କୋଠା, ଦେଉଳ, କୂଅ ଆଦିର କାନ୍ଥରେ ଲେପିଲେ ସେ କାନ୍ଥମାନ ସହସ୍ର ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ହୁଏ।—ବରାହମିହୀର, ବୃହତ୍ ସଂହିତା—ବଙ୍ଗଳା ଭାଷାର ମନ୍ଦିରେର କଥା।]