ବଜ୍ବଜିଆ Baj-bajiā
- ପ୍ରାଦେ. (ଗଡ଼ଜାତ) ବି — ଗୋରୁଙ୍କୁ ଧରିବା ଏକପ୍ରକାର ରୋଗ — Name of a cattle disease
- ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏଥିରେ ଗୋରୁଙ୍କ ଦୁଇ ପାଖର ପଞ୍ଜରାଠାରୁ କାଖ ସନ୍ଧି ପର୍ଯ୍ୟନ୍ତ ଅଂଶ ଚକଡ଼ା ଧରି ଚିତଉ ପିଠା ପରି ଫୁଲେ; ହାତ ମାଇଲେ ବଜ୍ ବଜ୍ ଶୁଭେ। ତା ଉପରେ ମାଣ୍ଡିଆ ଚୂନା, ହୁଙ୍କାମାଟିର କାଦୁଅକୁ ଏକତ୍ର ବାଟି କରି ନିଆଁରେ ଗରମ କରି ବୋଳିଲେ ଏ ରୋଗ ଭଲ ହୁଏ।]
- ଦେ. ବିଣ — କୀଟସଙ୍କୁଳ ଓ ସଢ଼ା (ଦ୍ରବ୍ୟ ବା ଘାଆ) — Rotten and full of maggots
- ଦେ. ବିଣ — ନାଳ ଓ ଫେନ ମିଶ୍ରିତ (ଝାଡ଼ା) — (stools) Mixed with froth and mucus