ବକମ Bakama
- ବୈଦେ. ବି. (ଆ. ଓ ଫା. ବକମ୍) — ବନ୍ୟ ବୃକ୍ଷବିଶେଷ — Sappan wood; Caesalpinia Sappan; the log wood
- ବୈଦେ. ବି. (ଆ. ଓ ଫା. ବକମ୍) — [ଦ୍ର—ଏହା କାଞ୍ଚନାଦି ବର୍ଗର ମଧ୍ୟମାକୃତି କଣ୍ଟକୀ ତରୁ। କାଠର ମଞ୍ଜ କଳା। ଏ କାଠକୁ ସିଝାଇଲେ ଯେଉଁ ନାଲି ରଙ୍ଗର ପାଣି ବାହାରେ, ତହିଁରେ ପାଟ ରଙ୍ଗାଯାଏ, କିନ୍ତୁ ସୂତା ଲୁଗାରେ ଏ ରଙ୍ଗ ଭଲ ଧରେ ନାହିଁ। ପତ୍ର ବହୁପର୍ଣ୍ଣ । ଫୁଲ ହଳଦିଆ। ଏହା ବର୍ଷା ଦିନରେ ଫୁଟେ।]
- ବୈଦେ. ବି. (ଆ. ଓ ଫା. ବକମ୍) — ବୈଦ୍ୟଶାସ୍ତ୍ର ମତରେ ଏହା ମଧୁର ରସ, ଶୀତବୀର୍ଯ୍ୟ ଏହା ପିତ୍ତ, ଶ୍ଳେଷ୍ମା, ବ୍ରଣ, ରକ୍ତଦୋଷ ଓ ଦାହନାଶକ।]