ବକ ଧାର୍ମିକ Baka dhārmika
- ସଂ. ବିଣ. ପୁଂ. (ଉପମାନ କର୍ମଧାରୟ; ବକସଦୃଶ ଧାର୍ମିକ) — ଭଣ୍ଡଧାର୍ମିକ; ଭଣ୍ଡ ତପସ୍ୱୀ; ଧର୍ମବକ — Hypocritical in religious observances
- ସଂ. ବିଣ. ପୁଂ. (ଉପମାନ କର୍ମଧାରୟ; ବକସଦୃଶ ଧାର୍ମିକ) — କପଟାଚାରୀ — Hypocritical
- ସଂ. ବିଣ. ପୁଂ. (ଉପମାନ କର୍ମଧାରୟ; ବକସଦୃଶ ଧାର୍ମିକ) — [ଦ୍ର—ବକ ପାଣି କୂଳରେ ମାଛ ପାଇଁ ଟାକି ବସିଲା ବେଳେ ତାହାର ଗାମ୍ଭୀର୍ଯ୍ୟବ୍ୟଞ୍ଜକ ଠାଣିରୁ ତାର ମାଛ ମାରିବା ଉଦ୍ଦେଶ୍ୟ ଦର୍ଶକ ଠଉରାଇ ନ ପାରିବା ଭଳି ଯେଉଁ ଲୋକ ସାଧୁତାର ବାହାନା କରେ ତା ପ୍ରତି ଏ ବିଶେଷଣ ପ୍ରୟୋଗ କରାଯାଏ।]